fbpx

ସରକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ: ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୨ ସରକାରୀ କର୍ମଚାରୀ । କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣିଲେ । ଆକ୍ରମଣରେ ୨ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ଜିଲ୍ଲାପାଳଙ୍କ ଅଫିସରେ ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର କର୍ମଚାରୀ । ଲିଖିତ ଅଭିଯୋଗ କରିବାକୁ ଜିଲ୍ଲାପାଳ ଉଭୟଙ୍କୁ କହିଛନ୍ତି ।

ସେପଟେ ଘଟଣାକୁ ଅସ୍ୱୀକାର କରିବା ସହ ଅଭିଯୋଗ ମିଥ୍ୟା ଏବଂ ଆଗକୁ ନିର୍ବାଚନ ଥିବାରୁ ବଦନାମ୍ କରିବାକୁ ଏମିତି କରାଯାଉଥିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କର୍ମଚାରୀ ରିଭ୍ୟୁ ପାଇଁ ଆସିଥିଲେ ସେହି ସମୟରେ ମୁଁ ବ୍ୟସ୍ତ ଥିବାରୁ ମନା କରିଥିଲି ସୋମନେ ଫେରିଯାଇଥିଲେ ।

Get real time updates directly on you device, subscribe now.