fbpx

ସିଡନୀରେ ପିଏମ ମୋଦୀଙ୍କୁ ଅନନ୍ୟ ସ୍ୱାଗତ ; ଆକାଶରେ ଲେଖା ହେଲା ୱେଲକମ୍ ମୋଦୀ , ଶହ ଶହ ଲୋକଙ୍କ ଭିଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ବିଦେଶ ଗସ୍ତରେ ଯାଇ ଅଷ୍ଟ୍ରେଲିଆର ସିଡନୀରେ ରହିଛନ୍ତି । ଅଷ୍ଟ୍ରେଲିଆରେ ମୋଦୀଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯାଉଛି । ଗତକାଲି ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ଆଜି ମଧ୍ୟ ତାଙ୍କୁ ଏକ ନିଆରା ଢଙ୍ଗରେ ଆକାଶମାର୍ଗରୁ ଅନନ୍ୟ ସ୍ୱାଗତ କରାଯାଇଛି । ଆକାଶ ମାର୍ଗରେ ୱେଲକମ୍ ମୋଦୀ ବୋଲି ଲେଖାଯାଇଥିଲା । ଏଭଳି ସମ୍ବୋର୍ଦ୍ଧନା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସିଡନୀରେ ଅଷ୍ଟ୍ରେଲିଆର ପ୍ରମୁଖ କମ୍ପାନୀର ଶିଳ୍ପପତିମାନଙ୍କୁ ଭେଟିଥିଲେ। ଏହି ସମୟରେ ସେ ଟେକ୍ନୋଲୋଜି ଏବଂ ସବୁଜ ଶକ୍ତି ପରି କ୍ଷେତ୍ରରେ ଭାରତୀୟ ଶିଳ୍ପ ସହିତ ସହଯୋଗ ବୃଦ୍ଧି କରିବାକୁ ଆହ୍ୱନ ଦେଇଛନ୍ତି।

ଦିନ ଆରମ୍ଭରୁ ପିଏମ ମୋଦୀ ଅଷ୍ଟ୍ରେଲିଆ ଭିତ୍ତିକ ସବୁଜ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଫୋର୍ଟସ୍କୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜ୍ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ ଭେଟିଥିଲେ ଏବଂ ବର୍ତ୍ତମାନ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି । କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସିଡନୀରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଏକ ମନୋରଞ୍ଜନକାରୀ ବିମାନ ଆକାଶରେ ‘ସ୍ୱାଗତ ମୋଦୀ’ ଲେଖା ଦେଖାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ତିନି ଦେଶ ଗସ୍ତର ଶେଷ ଭାଗରେ ସୋମବାର ସିଡନୀରେ ପହଞ୍ଚିଥଇଲେ । ଏହି ସମୟରେ ସେ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନେଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ସେ ଏକ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବେ। ଭାରତ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ସରକାରଙ୍କ ଅତିଥି ଭାବେ ପରିଦର୍ଶନ କରୁଛନ୍ତି।

Get real time updates directly on you device, subscribe now.