fbpx

ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିବ ଆମେରିକା : ଟ୍ରମ୍ପ

ୱାଶିଂଟନ୍‌: ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ବିଶ୍ୱସ୍ତରରେ ନିଜର ପ୍ରାଦୁର୍ଭାବ ଜାହିର କରିଛି । ଏହରି ମଧ୍ୟରେ ଆମେରିକାରେ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇାବରେ ଲାଗିଛି । ଏହକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ନିକଟରେ ଭାରତ ସରକାର ଚାଇନାର ଲୋକପ୍ରିୟ ଆପ୍ ଟିକ୍‌ଟକ୍ ସମେତ ୫୯ ଟି ମୋବାଇଲ୍ ଆପ୍ ଦେଶରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ମଧ୍ୟ ଭାରତର ରାସ୍ତାକୁ ଅନୁକରଣ କରି କେତେକ ଚାଇନିଜ୍ ଆପ୍‌କୁ ନିଜ ଦେଶରୁ ହଟାଇଛି । ଏହା ସହିତ ଚାଇନିଜ୍ ସର୍ଟ ଭିଡିଓ ମେକିଙ୍ଗ ଆପ୍ ଟିକ୍‌ଟକ୍‌କୁ ୯୦ ଦିନର ସମୟ ମଧ୍ୟ ଦେଇଛି । ଏହି ସମୟ ବ୍ୟବଧାନ ମଧ୍ୟରେ ସେ ଯଥାଶ୍ରୀଘ୍ର କୌଣସି ଏକ ପନ୍ଥା ଅବଲମ୍ବନ କରିବ । ନ ହେଲେ ତାକୁ ମଧ୍ୟ ଆମେରିକା ରୁ ହଟିବାକୁ ପଡିବ ।

ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ପ୍ରଦନା କରିଛନ୍ତି । ଏକ ନ୍ୟୁଜ୍ ଚ୍ୟାନ୍‌ଲ କୁ ସାକ୍ଷାତ୍ କରି ସେ କହିଛନ୍ତି ଯେ, ଭବିଷ୍ୟତରେ ଚାଇନା ସହିତ ସମସ୍ତ ବ୍ୟବସାୟିକ ସମ୍ପର୍କ ଆମେରିକା ଚ୍ଛିନ୍ନ କରିବ । ଟ୍ରମ୍ପ ନିଜ ମନ୍ତବ୍ୟରେ କହିଛନ୍ତି ଯେ, ‘ଆମେ ଚୀନ୍ ସହ ବ୍ୟବସାୟ କରିବା ପାଇଁ ଆବଶ୍ୟକ ଭାବୁନାହୁଁ । ଏଥି ପାଇଁ ମୁଁ ଚୀନ୍ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବି । ଚାଇନାର ଅନୈତିକର କାର୍ଯ୍ୟକଳାପ ଯୋଗୁଁ ଯେଉଁଭଳି ଭାବରେ ବିଶ୍ୱରେ କରୋନା ଭାଇରସ୍ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି ଏହି କାରଣରୁ ମୁଁ ଚାଇନା ଉପରେ ଅସନ୍ତୁଷ୍ଟ ।’ ସୂଚନା ଥାଉ ଯେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି । ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡୋନାଲ୍ଡ ଟ୍ରମ୍ପଙ୍କର ସମର୍ଥକ ମାନେ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.