fbpx

ରାଜ୍ୟରେ ଅନଲକ-୫ ଗାଇଡଲାଇନ୍‌,ଜାଣନ୍ତୁ କେଉଁଥିରେ କୋହଳ ଓ କଟକଣା ?

ଭୁବନେଶ୍ୱର,୧।୧୦(ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୫ ଗାଇଡଲାଇନ୍‌। ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ । ଧାର୍ମିକ ଅନୁଷ୍ଠାନ, ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କିନ୍ତୁ ପରୀକ୍ଷା ଓ ଖାତାଦେଖା ପାଇଁ ଅନୁମତି ମିଳିବ ।

ଏହା ସହ ସିନେମା ହଲ୍‌, ସୁଇମିଂ ପୁଲ୍‌, ଥିଏଟର, ଅଡିଟୋରିଅମ ୩୧ ଯାଏ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଉପନିର୍ବାଚନ ହେଉଥିବା ଅଞ୍ଚଳରେ ଏକାଠି ହୋଇପାରିବେ ଶହେ ଲୋକ। କିନ୍ତୁ ସମସ୍ତଙ୍କ ପାଇଁ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ ରହିବ ।

Get real time updates directly on you device, subscribe now.