fbpx

ବିପକ୍ଷ ଦଳ କ’ଣ ରାଜ୍ୟର ବିକାଶ ଦେଖିପାରୁନି, ମତଲବ ପାଇଁ ଖାଲି ବୟାନବାଜୀ: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ଆକ୍ରମଣାତ୍ମକ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆଜି ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେଉଥିବା ବେଳେ ଯୋଗୀଙ୍କ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯୋଗୀ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସକୁ ବୁଡ଼ାଇବା ପାଇଁ ଅନ୍ୟ କାହାର ଆବଶ୍ୟକତା ନାହିଁ । ଭାଇ ଭଉଣୀ ହିଁ ଏଥିପାଇଁ ଯଥେଷ୍ଟ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି ।

କଂଗ୍ରେସ ପାର୍ଟିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଯୋଗୀ କହିଛନ୍ତି ଯେ, କଂଗ୍ରେସକୁ ଡୁବାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ହିଁ ପର୍ଯ୍ୟାପ୍ତ । ଏଥିସହ ସେ ପୁଣି କହିଛନ୍ତି ଯେ, ଚଳିତ ଥର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେଉଛି । ବିଜେପି ସରକାର ଆଇନ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛି । ରାଜ୍ୟର ବିକାଶକୁ ବିରୋଧୀ ଦଳମାନେ ଦେଖିପାରୁ ନାହାନ୍ତି, କେବଳ ମତଲବ ପାଇଁ ବୟାନବାଜୀ କରୁଛନ୍ତି ।

ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର କ’ଣ କରିଛି ତାହା ଜନସାଧାରଣ ଭଲଭାବେ ହୃଦୟଙ୍ଗମ କରିପାରିବେ । ଚଳିତ ଥର ରାଜ୍ୟରେ ବିଜେପି ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିବ । ରାଜ୍ୟର ୮୦ ପ୍ରତିଶତ ଲୋକ ବିଜେପି ସହ ରହିଛନ୍ତି । ବିଶ୍ୱର ସବୁଠାରୁ ଲୋକପ୍ରିୟ ଲିଡର ନରେନ୍ଦ୍ର ମୋଦିଙ୍କ ହାତରେ ନୂଆ ଭାରତର ନେତୃତ୍ୱ ଭାର ରହିଛି । ‘ସବକା ସାଥ, ସବକା ବିକାଶ’ ଭାବନାକୁ ଗୁରୁତ୍ୱ ଦେଇ ସରକାର ଆଗକୁ ବଢ଼ୁଛନ୍ତି । ପୂର୍ବରୁ ରାଜ୍ୟରେ ଅରାଜକତା ଭରି ରହିଥିଲା, ମାତ୍ର ଗତ ୫ ବର୍ଷରେ କୌଣସି ଦଙ୍ଗା କି ହିଂସା ଦେଖିବାକୁ ମିଳିନାହିଁ । ଆଇନ କାନୁନ ପ୍ରତି ପ୍ରତ୍ୟେକ ଲୋକର ଭୟ ରହିବା ଉଚିତ୍ ।

Get real time updates directly on you device, subscribe now.