fbpx

କରୋନା ପାଇଁ ଏହି ରାଜ୍ୟରେ ଲାଗୁ ହେଲା ଏସମା ଆଇନ୍‌, ୬ ମାସ ପର୍ଯ୍ୟନ୍ତ ଧର୍ମଘଟ କରିପାରିବେନି ସରକାରୀ କର୍ମଚାର

ଲକ୍ଷ୍ନୌ (ଓଡ଼ିଶା ଭାସ୍କର): କରୋନା ମହାମାରୀ ମଧ୍ୟରେ, ଉତ୍ତରପ୍ରଦେଶରେ ଥିବା କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଉ ଏ ବାବଦରେ ଜାଣିବାପଡିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟରେ ଏସମା ଆଇନ ଲାଗୁ କରିଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ସମସ୍ତ ପୌର ନିଗମର କର୍ମଚାରୀ ଏବଂ ସମସ୍ତ ସରକାରୀ
କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ।

ସୂଚନାନୁସାରେ, ସରକାର ବର୍ତ୍ତମାନ ୬ ମାସ ପାଇଁ ଏସମା ଆଇନ ଲାଗୁ କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ଛୁଟିରେ ଯାଇ ଧର୍ମଘଟ କରିାରିବେ ନାହିଁ । ସମସ୍ତ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ବାଧ୍ୟତାମୂଳକ । ଏହି ନିର୍ଦ୍ଦେଶକୁ
ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ସଙ୍କଟ ସମୟରେ କର୍ମଚାରୀଙ୍କ ଧର୍ମଘଟକୁ ବନ୍ଦ କରିବା ପାଇଁ ୧୯୬୮ ମସିହାରେ ଏସମା ଆଇନ ପ୍ରଣୟନ କରାଯାଇଥିଲା ।

Get real time updates directly on you device, subscribe now.