fbpx

ଲାଗୁ ହେବ ଲକଡ଼ାଉନ୍ !

ଉତ୍ତରପ୍ରଦେଶ୧୩ା୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଛି । ରାଜ୍ୟମାନଙ୍କରେ କରୋନାର ସ୍ଥିତି ଅତ୍ୟନ୍ତ ଖରାପ ଦିଗକୁ ଗତି କରୁଛି । ହସ୍ପିଟାଲରେ ଲମ୍ବା ଲାଇନ୍ ମଧ୍ୟ ଦେଖବବାକୁ ମିଳୁଛି । ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଲକଡ଼ାଉନ୍ ଲାଗୁ ହେବା ନେଇ ସେଠାକାର ଆଇନ୍ ମନ୍ତ୍ରୀ ସତର୍କ କରାଇଛନ୍ତି । ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ବ୍ରିଜେଶ ଠାକୁର ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ  ଅଛି ଯେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ଉପରେ ଯଦି ଧ୍ୟାନ ନ ଦିଆଯାଏ ତେବେ ଲକ୍ଷ୍ନୌରେ ଲକଡ଼ାଉନ୍ ଲାଗୁ କରିବାକୁ ହେବ । ରାଜଧାନୀରେ ୧୭ ହଜାର କୋଭିଡ଼୍ ଟେଷ୍ଟ କିଟର ଆବଶ୍ୟକତା ରହିଥିବା ବେଳେ ଏବେଯାଏ ୧୦ ହଜାର କିଟ୍ ମିଳିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ । ଲୋକମାନଙ୍କୁ ଉପଯୁକ୍ତ ସୁବିଧା ମିଳିପାରୁ ନ ଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କ  ଅଫିସରେ କେହି ଫୋନ୍ ଉଠାଉନଥିବା ମଧ୍ୟ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଥିଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ତୁରନ୍ତ ବେଡ୍ ସଂଖ୍ୟା ବୃଦ୍ଧି କରା ଯିବାସହ ଟେଷ୍ଟିଂ ଉପରେ ମଧ୍ୟ ଜୋର ଦେବାକୁ ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁସାରେ ଲକ୍ଷ୍ନୌରେ ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ହସ୍ପିଟାଲଗୁଡିକରେ ବେଡ୍ ଅଭାବ ପଡିବାକୁ ଲାଗିଲାଣି। ସେହିପରି ରୋଗୀଙ୍କୁ ହସ୍ପିଟାଲ ଭିତରକୁ ପ୍ରବେଶ ଅନୁମତି ମିଳୁନାହିଁ। ସେପଟେ ଲକ୍ଷ୍ନୌର ବୈକୁଣ୍ଠ ଧାମ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.