fbpx

ନୂଆବର୍ଷରେ ମିଳିବ ବମ୍ପର ଚାକିରିର ସୁଯୋଗ: ୨୦୨୨ପାଇଁ ଦେଖନ୍ତୁ ସରକାରୀ ଚାକିରିର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୨୦୨୨ରେ ମିଳିବ ନିଯୁକ୍ତିର ଏକ ବୃହତ୍ତମ ସୁଯୋଗ । ୟୁପିଏସସି, ଏସଏସସି ଏବଂ ଆରଆରବିରେ ପ୍ରତି ବର୍ଷ ଭଳି ନିଯୁକ୍ତି ସୁଯୋଗ ଦେଉଥିବା ବେଳେ କିଛି ବୋର୍ଡ ଦ୍ୱାରା ଅନେକ ବୃହତର ନିଯୁକ୍ତି ହେବାକୁ ଯାଉଛି । ଏହା ବ୍ୟତିତ ବିଗତ କିଛି ବର୍ଷ ଧରି ବିଳମ୍ବିତ ହେଉଥିବା ପରୀକ୍ଷା ମଧ୍ୟ ୨୦୨୨ରେ ଅନୁଷ୍ଠିତ ହେବ । ଉତ୍ତର ପ୍ରଦେଶରେ ଶିକ୍ଷକ ଭର୍ତ୍ତି ପାଇଁ ହେବାକୁ ଥିବା ପରୀକ୍ଷା ୟୁପିଟିଇଟି ଜାନୁୟାରୀରେ ଆୟୋଜିତ ହେବ । ଏହା ସହିତ ଦୀର୍ଘ ଅଢେଇ ବର୍ଷ ବ୍ୟବଧାନରେ ଆରଆରବି ଗ୍ରୁପ ଡି ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତୁ ନଜର ପକାଇବା ୨୦୨୨ର କିଛି ପରୀକ୍ଷା ଉପରେ । ଏହା ମଧ୍ୟରୁ କିଛି ପରୀକ୍ଷାର ତାରିଖ ଘୋଷଣା ହୋଇ ସାରିଥିବା ବେଳେ କିଛି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି ।

ୟୁପିଏସସି: ୟୁପିଏସସି କ୍ୟାଲେଣ୍ଡର ଅନୁଯାୟୀ ସିଭିଲ ସର୍ଭିସ ଓ ଆଇଏଫ୍ଏସ ପ୍ରିଲିମ ପରୀକ୍ଷା ପାଇଁ ଫେବୃୟାରୀ ୨, ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଏହି ଦୁଇ ପରୀକ୍ଷା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଯିବ । ୨୨ ଫେବୃୟାରୀ ଆବେଦନର ଅନ୍ତିମ ତାରିଖ ରହିବା ସହିତ ୫ ଜୁନରେ ପରୀକ୍ଷା ଅନୁଷ୍ଠିତ ହେବ । ସିଭିଲ ସର୍ଭିସ ପାଇଁ ମୁଖ୍ୟ ପରୀକ୍ଷା ୧୬ ସେପ୍ଟେମ୍ବରରେ ହେବାକୁ ଥିବା ବେଳେ ଆଇଏଫଏସ ପାଇଁ ମୁଖ୍ୟ ପରୀକ୍ଷା ୨୦ ନଭେମ୍ବରରେ ଅନୁଷ୍ଠିତ ହେବ ।

ୟୁପିଏସସି ଏନଡିଏ-୧ ଓ ସିଡିଏସ-୧: ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ କମ୍ବାଇନଡ ଡିଫେନ୍ସ ସର୍ଭିସର ପ୍ରଥମ ପରୀକ୍ଷାର୍ଥୀଙ୍କ ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇ ସାରିଛି । ୧୧ ଜାନୁୟାରୀ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ୧୦ ଏପ୍ରିଲରେ ପରୀକ୍ଷା ହେବ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ କମ୍ବାଇନଡ ଡିଫେନ୍ସ ସର୍ଭିସର ଦ୍ୱିତୀୟ ପରୀକ୍ଷା ପାଇଁ ୧୮ମେରୁ ଜୁନ ୧୪ ଯାଏଁ ଅନୁଷ୍ଠିତ ହେବ । ୪ ସେପ୍ଟେମ୍ବରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ଆରଆରବି ଗ୍ରୁପ ଡି: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଆରଆରବି ଗ୍ରୁପ ଡି ପରୀକ୍ଷା ଅନୁଷ୍ଠିତ ହେବ । ୨୩ ଫେବୃୟାରୀ ୨୦୨୨ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ ୧୦ ଦିନ ପୂର୍ବରୁ ଆଧିକାରିକ କ୍ଷେତ୍ର ଓ ପରୀକ୍ଷା କେନ୍ଦ୍ରର ତାଲିକା ପ୍ରକାଶ ପାଇବ । ପରୀକ୍ଷାର ୪ ଦିନ ପୂର୍ବରୁ ଆଡମିଟ କାର୍ଡରେ ଉବଲବ୍ଧ ହେବ ।

ଆରଆରବି ଏନଟିପିସି ସିବିଟି-୨: ଗ୍ରୁପ ଡି ପରୀକ୍ଷା ପରେ ଆରଆରବି ପକ୍ଷରୁ ଏନଟିପିସି ସିବିଟି-୨ ପରୀକ୍ଷା କରାଯିବ । ଫେବୃୟାରୀ ୧୪ରୁ ୧୮ ମଧ୍ୟରେ ଏହି ପରୀକ୍ଷା କରାଯିବ । ଏହା ମଧ୍ୟରେ ୩୫ ହଜାର ୨୦୮ ପଦବୀ ପୂରଣ ପାଇଁ ଚେଷ୍ଟା କରାଯିବ । ଏହା ପୂର୍ବରୁ ଡିସେମ୍ବର ୨୮,୨୦୨୦ରୁ ଜୁଲାଇ ୩୧, ୨୦୨୧ ମଧ୍ୟରେ ପ୍ରଥମ ଚରଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାର ଫଳାଫଳ ସମ୍ଭବତଃ ୧୫ ଜାନୁୟାରୀ ୨୦୨୨ରେ ଅନୁଷ୍ଠିତ ହେବ ।

ଏସଏସସି: କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ଏକ ଆନୁମାନିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ସିଜିଏଲ, ସିଏଚଏସଏଲ, ଏମଟିଏସ, ଷ୍ଟେନୋଗ୍ରାଫର, ଜିଡି କନଷ୍ଟେବଳ ପରୀକ୍ଷା ଅନୁଷ୍ଠିତ ହେବ ।

ଏସଏସସି ସିଜିଏଲ ଓ ସିଏଚଏସଏଲ: ଏସଏସସି ସିଜିଏଲ ଓ ସିଏଚଏସଏଲ ପକ୍ଷରୁ ଏସଏସସି, ସିଜିଏଲର କମ୍ବାଇନଡ ଟାୟର-୧ ସେକେଣ୍ଡାରୀ ଲେଭେଲର ପରୀକ୍ଷା ଅନୁଷ୍ଠିତ ହେବ । ତେବେ ବର୍ତ୍ତମାନ ସୁଦ୍ଧା ପରୀକ୍ଷାର ତାରିଖ ଘୋଷଣା ହୋଇନଥିବା ବେଳେ ୨୩ ଡିସେମ୍ବର ୨୦୨୧ରୁ ଏହାର ଆବେଦନ ପ୍ରକ୍ର୍ରିୟା ଆରମ୍ଭ ହୋଇଛି । ୧ ଫେବୃୟାରୀ ୨୦୨୨ରୁ ଏହି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସେହିପରି ଏସଏସସି ଏମଟିଏସ୍ ପାଇଁ ଜୁନରେ ପରୀକ୍ଷା ହୋଇ ପାରେ ।

ୟୁପିଟିଇଟି୨୦୨୧: ଉତ୍ତର ପ୍ରଦେଶ ଶିକ୍ଷା ବୋର୍ଡ ପକ୍ଷରୁ ଶିକ୍ଷକ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ୨୩ ଜାନୁୟାରୀ ୨୦୨୨ରେ ଅନୁଷ୍ଠିତ ହେବ । ପୂର୍ବରୁ ନଭେମ୍ବର ୨୦୨୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ମାତ୍ର ପେପର ଲିକ ହେବା ପରେ ଏହି ପରୀକ୍ଷା ସ୍ଥଗିତ ରହିଥିଲା । ଜାନୁୟାରୀ ୧୨ରୁ ଏହି ପରୀକ୍ଷା ହେବାର ଥିବା ବେଳେ ଜାନୁୟାରୀ ୨୭ରେ ଆନ୍ସର କି ପ୍ରକାଶ ପାଇବ ।

ଏମପିପିଏସସି ପ୍ରିଲିମ୍: ମଧ୍ୟପ୍ରଦେଶ ଲୋକ ସେବା ଆୟୋଗ ପକ୍ଷରୁ ଏହାର ପ୍ରିଲିମ ପରୀକ୍ଷା ପାଇଁ ସିଡ୍ୟୁଲ ଜାରି କରାଯାଇଛି । ଜାନୁୟାରୀ ୧୦, ୨୦୨୨ ପରଠାରୁ ଏହି ପରୀକ୍ଷା ଆରମ୍ଭ ହେବ । ୯ ଫେବୃୟାରୀ ୨୦୨୨ ଆବେଦନ କରିବାର ଅନ୍ତିମ ତାରିଖ ରହିଥିବା ବେଳେ ଏପ୍ରିଲ ୧୫ରେ ଆଡମିଟ କାର୍ଡ ମିଳିବ ଏବଂ ୨୪ ଏପ୍ରିଲରେ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.