fbpx

ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ, ୧୩/୦୫ : କୋଭିଡ୍ ସଂକ୍ରମଣ ସ୍ଥିତି ଭୟଙ୍କର ହେଉଥିବାରୁ ବିଭିନ୍ନ ପରୀକ୍ଷାକୁ ଏବେ ବନ୍ଦ କରିଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ଏପରି ନିଷ୍ପତି ନିଆଯାଉଥିବା ବେଳେ ଆଜି ଆଉ ଏକ ଜାତୀୟ ସ୍ତରର ପରୀକ୍ଷାକୁ ଘୁଞ୍ଜାଇ ଦିଆଯାଇଛି । ଆସନ୍ତା ମାସ ୨୭ ତାରିଖରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହାର ସମୟ ପରିବର୍ତ୍ତନ ହୋଇ ଚଳିତ ବର୍ଷ ଅକ୍ଟୋବର ମାସ ୧୦ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି । ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ଦେଖି ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହା ଛଡା ଅନେକ ଛାତ୍ରଛାତ୍ରୀ ପରୀକ୍ଷାକୁ ରୋକିବାକୁ ସୋସିଆଲ ମିଡିଆରେ ଦାବି କରି ଆସୁଥିଲେ ।

Get real time updates directly on you device, subscribe now.