fbpx

ନଦୀପଠାରେ ଚାଲିଛି ଆଇଏଏସ୍‌ କୋଚିଂ, ‘ଷ୍ଟଡି ଘାଟ’ରେ ପ୍ରତିଦିନ ୩୫୦୦ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ାଉଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର

ପାଟନା: କଠିନ ପରିଶ୍ରମ କରିବା ସହ ଉପଯୁକ୍ତ ଗାଇଡ଼ ମିଳିଲେ ହିଁ ଜଣେ ଛାତ୍ର ୟୁିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥାନ୍ତି । ତେବେ କଠିନ ପରିଶ୍ରମ, ତ୍ୟାଗ ଏବଂ ଜୀବନ ସହ ସଂଘର୍ଷର ଏହିରି ଅନେକ କାହାଣୀ ବିହାର ପାଟନାର ଗଙ୍ଗା ଘାଟରେ ଚାଲିଥିବା ‘ଷ୍ଟଡି ଘାଟ’ରୁ ଆପଣ ପାଇପାରିବେ । ଏଠାରେ ଗରିବ ଓ ମଧ୍ୟବିତ୍ତ ପିଲାମାନଙ୍କୁ ୟୁିଏସ୍‌ସି କୋଚିଂ ଦେବାପାଇଁ ଏକ ନିଆରା କ୍ଲାସ ଚାଲିଥାଏ । ‘ଷ୍ଟଡି ଘାଟ’ରେ ପ୍ରତିଦିନ ପ୍ରାୟ ୩୫୦୦ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିଥାନ୍ତି । ଆପଣ ନିଶ୍ଚୟ ଦେଖିଥିବେ ଯେ ୟୁିଏସ୍‌ସି କୋଚିଂ ପାଇଁ ଭଲ ଶିକ୍ଷାଦାନର ଆବଶ୍ୟକତା ଥିବାବେଳେ କୋଚିଂ ଫି ବହୁତ ଅଧିକ ରହୁଛି । ଏଭଳି ପରିସ୍ଥିତିରେ ଆର୍ଥିକ ଦୁର୍ବଳ ପରିବାରରୁ ଆସୁଥିବା ପିଲାମାନେ ପ୍ରାୟତଃ ଭଲ ତାଲିମ ପାଆନ୍ତି ନାହିଁ । ଏଭଳି ପରିସ୍ଥିତିରେ ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ‘ଷ୍ଟଡି ଘାଟ’ ଆଗକୁ ଆସିଛି । ଆଉ ଏଥିରେ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଥିବା ଶିକ୍ଷକ ଜଣକ ହେଉଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର ।

ସେ କହିଛନ୍ତି, ଯେ ଦିନେ ମୋର ପତ୍ନୀ ଦେଖିଲେ ଯେ ଗଙ୍ଗା ନଦୀ ପଠାରେ କିଛି ପିଲା ପାଠ ପଢୁଛନ୍ତି । ଏହା ଦେଖି ସେ ମୋତେ ସେମାନଙ୍କୁ ୟୁିଏସସି ପରୀକ୍ଷା ପାଇଁ ପାଠ ପଢ଼ାଇବାକୁ କହିଲେ । ଆଉ ମୁଁ ସ୍ଥିର କଲି ଯେ ପିଲାମାନଙ୍କୁ ୟୁିଏସସି ପରୀକ୍ଷା ପାଇଁ ପଢାଇବି । ପ୍ରତିଦିନ ସକାଳ ୬ ରୁ ୭:୩୦ ମଧ୍ୟରେ ଏଠାରେ କ୍ଲାସ୍‌ ଅନୁଷ୍ଠିତ ହୁଏ ଏବଂ ବାକି ସମୟ ମଧ୍ୟ ଛାତ୍ରମାନେ ଏଠାରେ ବସି ଅଧ୍ୟୟନ କରନ୍ତି । ଏହା ସହିତ, ଏହି ସମୟରେ ପିଲାମାନଙ୍କର ପରୀକ୍ଷା ମଧ୍ୟ କରାଯାଇଥାଏ । ଜାଫର ଅଲି ନାମକ ଜଣେ ଛାତ୍ର କହିଛନ୍ତି, “ମୁଁ ୟୁିଏସସି କୋଚିଂ ପାଇଁ ବହୁତ ଖୋଜିଥିଲି, କିନ୍ତୁ କୌଣସି କୋଚିଂ ପାଇଲି ନାହିଁ । ତା’ପରେ ଯେତେବେଳେ ମୁଁ ଏଠାରେ କ୍ଲାସ୍‌ ହେଉଥିବାର ଦେଖିଲି, ଏଠାରେ ଯୋଗ ଦେଲି ଓ ସାରଙ୍କ ପାଖରୁ ବହୁତ କିଛି ଶିଖୁଛି । ସାର୍‌ ବହୁତ ଭଲ ଶିକ୍ଷା ଦିଅନ୍ତି, ଯେ କୌଣସି ବି ପ୍ରସଙ୍ଗ ହେଉ, ଆପଣ ସାରଙ୍କୁ ପଚାରିାରିବେ’ । ସୂଚନାଥାଉ କି ଏହି ଘାଟରେ ପଢ଼ୁଥିବା ଅନେକ ପିଲା ୟୁିଏସସିରେ ସଫଳତା ମଧ୍ୟ ପାଇଛନ୍ତି ।

Get real time updates directly on you device, subscribe now.