fbpx

UPSC ଦ୍ୱାରା ଆୟୋଜିତ ହେବ ଇଣ୍ଡିଆନ୍ ରେଲୱେ ପରୀକ୍ଷା, ୨୦୨୩ ବର୍ଷରୁ ଆରମ୍ଭ ହେବ IRMSE

ନୂଆଦିଲ୍ଲୀ: ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ଏଗଜାମ (ଆଇଆରଏମଏସଇ) ଆୟୋଜିତ ହେବ । ଆସନ୍ତା ୨୦୨୩ ବର୍ଷଠାରୁ ଏହା ଆରମ୍ଭ ହେବ । ଆଇଆରଏମଏସଇ ପାଇଁ ନିଯୁକ୍ତି ସ୍ୱତନ୍ତ୍ର ଭାବେ କରାଯିବ । ଆଇଆରଏମଏସଇର ମୁଖ୍ୟ ଲିଖିତ ପରୀକ୍ଷାରେ ସାମିଲ ହେବା ପାଇଁ ପରୀକ୍ଷାର୍ଥୀଙ୍କୁ ସିଭିଲ ସେବାର ପ୍ରାରମ୍ଭିକ ପରୀକ୍ଷାରେ ବସିବାକୁ ପଡ଼ିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ୟୁପିଏସସିର ବାର୍ଷିକ ପରୀକ୍ଷା ୨୦୨୩ର ଶିଡ୍ୟୁଲ ଅନୁସାରେ, ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷାର ନୋଟିଫିକେସନ ଫେବୃଆରୀ ୧ରେ ବାହାରିବା ପରେ ୨୮ରେ ପରୀକ୍ଷା ଅନୁଷ୍ଠିତ ହେବ । ଆଇଆରଏମଏସଇ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ, କମର୍ସ ବା ଚାର୍ଟାର୍ଡ ଆକାଉଣ୍ଟାନ୍ସି ଡିଗ୍ରୀ ହେବା ଜରୁରୀ । ବିଭିନ୍ନ ଶ୍ରେଣୀ ପାଇଁ ବୟସ ସୀମା ଓ ଆଟେମ୍ପଟ ସଂଖ୍ୟା ସିଏସଇ ସହିତ ସମାନ ହେବ ।

ୟୁପିଏସସିର ଯୋଗ୍ୟତା ଆଧାରରେ ୪ଟି ବିଷୟକୁ ନେଇ ଆଶାୟୀଙ୍କ ମେରିଟ୍ ଲିଷ୍ଟ ଜାରି କରାଯିବ । ସିଏସଇ ଓ ଆଇଆରଏମଏସଇର ପ୍ରାରମ୍ଭିକ ଓ ମୁଖ୍ୟ ଲିଖିତ ପରୀକ୍ଷା ଏକ ସଙ୍ଗେ ଆୟୋଜିତ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଇଆରଏମଏସଇ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରିଲିମନାରୀ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବେ । ଦୁଇଟି କ୍ୱାଲିଫାଇଂ ଭାଷାଗତ ପେପର ସହିତ ମୋଟ ୪ଟି ପେପର ରହିବ । ଦୁଇ ଭାଷାଗତ ପେପର ୩୦୦ ମାର୍କ ଲେଖାଏଁ ଓ ଅନ୍ୟ ଦୁଇ ପେପର ୨୫୦ ମାର୍କ ଲେଖାଏଁ । ହେବ । ପର୍ସନାଲିଟି ଟେଷ୍ଟରେ ୧୦୦ ମାର୍କ ରହିବ ।

Get real time updates directly on you device, subscribe now.