fbpx

‘ମଡ୍-ବାଥ୍’ ବେଳର ଫଟୋ ସେଆର କଲେ ଉର୍ବଶୀ, ଇଣ୍ଟରନେଟରେ ହଇଚଇ

ନୂଆଦିଲ୍ଲୀ: ନିଜର ଶୁଟିଂକୁ ନେଇ ହେଉ କି ପରଦା ପଛର ଭିଡିଓକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ଏହି ନାୟିକା । ନିଜର ବ୍ୟକ୍ତିଗତ ଜୀବନ ଚଳଣିର ଅନେକ କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସେହିପରି ଏବେ ମଡ୍ ବାଥ୍ କରୁଥିବା ଫଟୋ ସେଆର୍ କରି ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା । ତେବେ ସବୁଠାରୁ ମଜା କଥା ହେଉଛି ଯେ ଉର୍ବଶୀଙ୍କର ଏମିତି ଏକ ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ମନେପକାଇଛନ୍ତି ଅନୀଲ କପୁରଙ୍କ ଅଭିନୀତ ନାୟକ ଫିଲ୍ମ କଥା । ଆଉ ଏହି ଫଟୋକୁ ନେଇ ଅନେକ ତାଙ୍କୁ ‘ନାୟକ ୨.୦’ କହି ଟ୍ରୋଲ ମଧ୍ୟ କରୁଛନ୍ତିି ।

ଇନଷ୍ଟାଗ୍ରାମରେ ଉର୍ବଶୀ ସେଆର୍ କରିଥିବା ଫଟୋରେ ଦେଖାଯାଉଛି ଯେ ସେ ତାଙ୍କ ସାରା ଶରୀରରେ କାଦୁଅ ବୋଳି ହୋଇଛନ୍ତି । ଆଉ ସୂର୍ଯ୍ୟ କିରଣରେ ବସିଛନ୍ତି । ପ୍ରକୃତରେ ଏହା ମଡ୍ ଥେରାପିର ଦୃଶ୍ୟ । ଏହି ପୋଷ୍ଟକୁ ସେଆର କରିବା ସହ ସେ କହିଛନ୍ତି ରାନୀ କ୍ୟୋପେଣ୍ଟ୍ରା ମଧ୍ୟ ମଡ-ବାଥ ନିଅନ୍ତି । ଏହି କାଦୁଅ ଲାଲ ମାଟିର ଏବଂ ଯେଉଁଥିରେ ଅନେକ ଖଣିଜ ଗୁଣ ରହିଛି । ଫଳରେ ଏହା ଚର୍ମ ପାଇଁ ବହୁତ ଭଲ ବୋଲି ଉର୍ବଶୀ କହିଛନ୍ତି ।

ତେବେ ତାଙ୍କର ଏହି ଫଟୋକୁ ଦେଖି ଅନେକଙ୍କୁ ‘ନାୟକ’ ଫିଲ୍ମକୁ ମନେ ପକାଇଛନ୍ତି । ଏହି ଫିଲ୍ମରେ ଅନୀଲ କପୁର ଏକ ଫାଇଟ ଦୃଶ୍ୟରେ ସଂପୂର୍ଣ୍ଣ ଭାବରେ କାଦୁଅ ବୋଳି ହୋଇଥିଲେ । ଲୋକେ ଉର୍ବଶୀଙ୍କର ଏହି ଫଟୋକୁ ଖୁବ ଟ୍ରୋଲ କରିଛନ୍ତି । ଅନେକ ଏହାକୁ ଦେଖି ‘ନାୟକ ୨.୦’ ବୋଲି କହିଛନ୍ତି ।

Get real time updates directly on you device, subscribe now.