ଭାରତ ଆସିଛନ୍ତି ଟ୍ରମ୍ପଙ୍କ ଘନିଷ୍ଠ; ଅନେକ ସମୟ ଧରି କରାଯାଇଥିଲା ଆଲୋଚନା, ଭାରତ-ଆମେରିକା ସମ୍ପର୍କରେ ପୁଣି ଆସିପାରେ ନୂଆ ମୋଡ…

ଆମେରିକା ଓ ଭାରତ ସମ୍ପର୍କରେ ଖୁବ ଶୀଘ୍ର ଆସିବ ସୁଧାର

ଓଡିଶା ଭାସ୍କର: ଭାରତ ଗସ୍ତରେ ଆସିଛନ୍ତି ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର । ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଅତି ଘନିଷ୍ଟ ବୋଲି କୁହାଯାଉଛି । ସର୍ଗିଓ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ । ବିଶେଷ କରି ପ୍ରତିରକ୍ଷା, ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସର୍ଗିଓ ଆଲୋଚନା କରିଥିଲେ ।

ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁୁ ଏକ ଫଟୋ ଫ୍ରେମ ପ୍ରଦାନ କରିଥିଲେ ଆଉ ଏହା ଅନେକ ଚର୍ଚ୍ଚା ସାଉଁଟିଛି । ଏହି ଫଟୋଟି ମୋଦୀଙ୍କ ହ୍ୱାଇଟ ହାଉସ ଗସ୍ତ ବେଳର । ଏଥିରେ ପୋଡିଅମର ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି ଓ ପୋଡିଅମର ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି । ମଝିରେ ଲେଖା ହୋଇଛି କି ପ୍ରଧାନମନ୍ତ୍ରୀ ମୋଦି ଆପଣ ମହାନ ।

ତେବେ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବୈଠକର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଓ ଏଥିରେ ଲେଖିଥିଲେ କି ମୁଁ ଭାବୁଛି ଆଗକୁ ଭାରତ ଆମେରିକା ସମ୍ପର୍କ ଆହୁରୀ ମଜବୁତ ହେବ । ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିବା ସର୍ଗିଓ ସମ୍ପର୍କକୁ ଆହୁରୀ ସୁଦୃଢ କରିବେ ।

ଏହାଛଡା ଯଦି ଦେଖିବା ବୈଦେଶିକ ମନ୍ତ୍ରୀ ଏସ୍‌.ଜୈଶଙ୍କର ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ସହ ମଧ୍ୟ ଅନେକ ସମୟ ଆଲୋଚନା କରାଯାଇଥିଲା । ତେବେ ପୁଣି ଭାରତ ଓ ଆମେରିକା ସମ୍ପର୍କରେ ସୁଧାର ଆସିପାରେ ବୋଲି କୁହାଯାଉଛି ।