fbpx

ଆମେରିକା ଆକାଶରୁ ବର୍ଷୁଛି ନିଆଁ, ଡେଥ୍ ଭ୍ୟାଲିରେ ତାପମାତ୍ରା ୫୬ ଡିଗ୍ରୀ

କାର୍ଲିଫର୍ଣ୍ଣିଆ: ଆମେରିକା ଓ କାନାଡାରେ କିଛି ଦିନ ହେବ ଭୀଷଣ ଗରମ ଅନୁଭୂତ ହେଉଛି । ସେଠାରେ ବର୍ତ୍ତମାନ ନିଆଁ ବର୍ଷୁଛଇ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାପମାତ୍ରା ନିୟମିତ ରେକର୍ଡ ଭାଙ୍ଗୁଥିବା ବେଳେ ଲୋକମାନେ ଖୁବ୍ ହନ୍ତସନ୍ତ ହେଉଛନ୍ତି । କାର୍ଲିଫର୍ଣ୍ଣିଆର ପ୍ରସିଦ୍ଧ ଡେଥ୍ ଭ୍ୟାଲି ରେ ତାପମାତ୍ରା ୧୩୦ ଡିଗ୍ରୀ ଫାରେନହାଇଟ୍ ଅର୍ଥାତ୍ ୫୬ ଡିଗ୍ରୀ ସେଲସିୟସ୍ ରେ ପହଞ୍ଚିଯାଇଛି । ଏହି ନୂଆ ରେକର୍ଡ ସହିତ ପୁଣିଥରେ ଏହି ସ୍ଥାନ ସବୁଠାରୁ ଗରମ ସ୍ଥାନ ହୋଇଯାଇଛି ।

ସେହିପରି ପଶ୍ଚିମ କାନାଡାରେ ତାପମାତ୍ରା ୯୨ ଡିଗ୍ରୀ ଫାରେନହାଇଟ୍ (୩୨ଡିଗ୍ରୀ ସେଲସିୟସ୍) ରହିଛି । ଯାହାଫଳରେ ସେଠାକାର ଅନେକ ଜଙ୍ଗଲରେ ନିଆଁ ଲାଗି ଯାଇଛି । ତେଣୁ ଜଙ୍ଗଲର ଅନେକ ପଶୁପକ୍ଷୀଙ୍କର ଅକାଳ ମୃତ୍ୟୁ ହେଉଛି । ଯାହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ଲୋକମାନଙ୍କୁ ସହର ଛାଡି ବାହାରକୁ ଯିବାକୁ କୁହାଯାଉଛି ।

ଡେଥ୍ ଭ୍ୟାଲିରେ କ୍ଷଣ କ୍ଷଣକରେ ତାପମାତ୍ରା ବୃଦ୍ଧି ପାଉଛି । ରବିବାର ଏଠାକାର ତାପମାତ୍ରା ୧୭୮ ଡିଗ୍ରୀ ଫାରେନହାଇଟ୍ ରେ ପହଞ୍ଚିଥିଲା । ପୂରା ପେସିଫିକ୍ ନର୍ଥୱେଷ୍ଟରେ ପରିସ୍ଥିତି ଏପରି ରହିଛି । ଦକ୍ଷିଣ ଓରେଗନ୍ ଜଙ୍ଗଲରେ ଏହି ଦିନ ମାନଙ୍କରେ ଜବରଦସ୍ତ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ଏହାର ବେଶି ପ୍ରଭାବ ପଶୁପକ୍ଷୀଙ୍କ ଉପରେ ପଡ଼ୁଛି । ଓରେଗନ୍ ର ଅନେକଙ୍କ ଜୀବନ ଏହି ଭୀଷଣ ଗରମ ଯୋଗୁଁ ଚାଲିଯାଇଛି ।

Get real time updates directly on you device, subscribe now.