fbpx

ନ୍ୟୁଜରୁମ୍‌କୁ ଗ୍ରାସିଲା ଆର୍ଥିକ ମାନ୍ଦାବସ୍ତା, ବଡ଼ ଛଟେଇ କଲେ ଆମରିକାର ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ତା ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର ପ୍ରଭାବରେ ଆମେରିକାର ବିଭିନ୍ନ କ୍ଷେତ୍ରରେ ଛଟେଇ ଜାରି ରହିଛି। ଏବେ ମାନ୍ଦାବସ୍ତାର ପଞ୍ଜାରେ ଆସିଛନ୍ତି ଗଣମାଧ୍ୟମ ସଂସ୍ଥା। ସିଏନ୍‌ଏନ୍ ଠାରୁ ୱାଶିଂଟନ୍ ପୋଷ୍ଟ ପର୍ଯ୍ୟନ୍ତ ଆମେରିକାର ଗଣମାଧ୍ୟମ କଠିନ ସମୟର ସମ୍ମୁଖୀନ ହୋଇଛନ୍ତି, କାରଣ ଆର୍ଥିକ ଅବନତି ଆଶଙ୍କା ମଧ୍ୟରେ ଏହି ଶୀତ ଦିନରେ ଛଟେଇ କରିବାକୁ ଘୋଷଣା କରାଯାଇଛି। ଭକ୍ସ ମିଡିଆ, ଭକ୍ସ ଏବଂ ଦି ଭର୍ଜ ୱେବସାଇଟର ମାଲିକ ତଥା ନ୍ୟୁୟର୍କ ମ୍ୟାଗେଜିନ ଏବଂ ଏହାର ଅନଲାଇନ୍ ପ୍ଲାଟଫର୍ମଗୁଡିକର ମାଲିକ ଶୁକ୍ରବାର ଦିନ ଏହାର ସାତ ପ୍ରତିଶତ କର୍ମଚାରୀଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି।

ଏହି ଖବର ମଧ୍ୟ ଅନ୍ୟ ଗଣମାଧ୍ୟମ ପାଇଁ ସମାନ ରହିଥିଲା। କାରଣ ସିଏନ୍‌ଏନ୍‌, ଏନବିସି, ଏମଏସ୍‌ଏନ୍‌ବିସି, ବଜ୍‌ଫିଡ୍ ଏବଂ ଅନ୍ୟାନ୍ୟ ଆଉଟଲେଟରେ ଛଟେଇ କରିଛନ୍ତି। ଶୁକ୍ରବାର ଦିନ ଭକ୍ସ ମିଡିଆ ସିଇଓ ଜିମ ବ୍ୟାଙ୍କକଫ କର୍ମଚାରୀଙ୍କୁ ଦେଇଥିବା ଏକ ମେମୋରେ କହିଛନ୍ତି ଯେ ଆମର ବ୍ୟବସାୟ ତଥା ଶିଳ୍ପକୁ ପ୍ରଭାବିତ କରୁଥିବା ଆର୍ଥିକ ପରିବେଶ କାରଣରୁ ବିଭାଗଗୁଡିକରେ ଆମର ପ୍ରାୟ ସାତ ପ୍ରତିଶତ କର୍ମଚାରୀଙ୍କ ଭୂମିକା ହଟାଇବା କଷ୍ଟକର ନିଷ୍ପତ୍ତି।

ସେହିଭଳି ୱାଶିଂଟନ୍ ପୋଷ୍ଟରେ ମଧ୍ୟ ସମାନ ଘୋଷଣା ହୋଇଛି, ଯେଉଁଠାରେ ସିଇଓ ଫ୍ରେଡ୍ ରିଆନ୍ ଗତ ମାସରେ ଚେତାବନୀ ଦେଇଛନ୍ତି ଯେ ପରବର୍ତ୍ତୀ ସପ୍ତାହରେ ‘ଅନେକ ପଦବୀ’ କଟାଯିବ। ଏହା ଆମର ୨୫୦୦ କର୍ମଚାରୀ ମାନଙ୍କ ମଧ୍ୟରୁ କିଛି ପ୍ରତିଶତକୁ ପ୍ରବାବିତ କରିବ। ସମାନ ଭାବରେ ଗତ କିଛି ମାସ ମଧ୍ୟରେ, ସିଏନ୍‌ଏନ୍ ପ୍ରାୟ ୪,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ଶହେ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ତେବେ ସିଏନ୍‌ଏନ୍ ଏହି ପରିସଂଖ୍ୟାନକୁ ନିଶ୍ଚିତ କରି ନାହିଁ।

ଭକ୍ସ ମିଡିଆ ମାଲିକାନାରେ ଥିବା ଫୁଡ୍ ୱେବସାଇଟ୍ ଇଟରରେ ନଅ ବର୍ଷରୁ ଅଧିକ ସମୟ ବିତାଇଥିବା ପୁରସ୍କାର ପ୍ରାପ୍ତ ଜଣେ ସାମ୍ବାଦିକ ମେଘନ୍ ମ୍ୟାକକାରନ୍ ଶୁକ୍ରବାର ଦିନ ଟ୍ୱିଟ୍ କରିଛନ୍ତି ଯେସେ ଛୁଟିରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି। ଯେତେବେଳେ କି ସେ ୩୭ ସପ୍ତାହର ଗର୍ଭବତୀ ଅଛନ୍ତି।’

ତେବେ ଆମେରିକାର ଗଣମାଧ୍ୟମରେ ଏହି ଛଟେଇ ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଶୁକ୍ରବାର ଦିନ ୧୨,୦୦୦ ଚାକିରୀ ହ୍ରାସ କରୁଥିବା ଘୋଷଣା କରିଥିବା ମାଇକ୍ରୋସଫ୍ଟ ଏବଂ ଗୁଗୁଲ ଭଳି ରୋକ୍ ବଡ଼ ବଡ଼ ଟେକ୍ କମ୍ପାନୀ ଭଳି ଗଣମାଧ୍ୟମର ଛଟେଇ ମଧ୍ୟ ସେତିକି ନାଟକୀୟ ନୁହେଁ, ଏହା ଏକ ଘୋର ଅର୍ଥନୈତିକ ସଙ୍କଟ ମଧ୍ୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହେବାର ଫଳାଫଳ ବୋଲି ଭକ୍ସ ମିଡିଆ ମୁଖପାତ୍ର କହିଛନ୍ତି।

Get real time updates directly on you device, subscribe now.