ଇରାନର ଧମକକୁ ଆମେରିକାର ଫୁ, କହିଲା ହର୍ମୁଜରେ ନିର୍ଭୟରେ ଯାତାୟତ କରିବ ଯାହାଜ

ହର୍ମୁଜ ପ୍ରଣାଳୀ ସମସ୍ତ ଜଳଯାନ ଚଳାଚଳ ପାଇଁ ଖୋଲା ଅଛି ବୋଲି ଆମେରିକା କହିଛି ଏବଂ ସେଠାରେ ସୁରକ୍ଷିତ ଭାବେ ଜାହାଜ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ଆମେରିକୀୟ ସେନା ପ୍ରସ୍ତୁତ ରହିଛି।

ନୂଆ ଦିଲ୍ଲୀ : ଇରାନର ସେନା (IRGC) ହରମୁଜ ପ୍ରଣାଳୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଥିବା ଘୋଷଣା କରିଥିଲେ ମଧ୍ୟ, ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଏହାକୁ ଖଣ୍ଡନ କରିଛି। ଆମେରିକା ସ୍ପଷ୍ଟ କରିଛି ଯେ, ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଏହି ଜଳପଥ ସମ୍ପୂର୍ଣ୍ଣ ଖୋଲା ଅଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଜଳପଥ ସ୍ୱାଭାବିକ ଥିବା ନିଶ୍ଚିତ କରିଛନ୍ତି। ଆମେରିକା କହିଛି ଯେ ଇରାନର ଧମକ ସତ୍ତ୍ୱେ ସେଠାରେ ଜାହାଜ ଚଳାଚଳ ଜାରି ରହିଛି ଏବଂ ଆମେରିକୀୟ ବାହିନୀ ସେଠାରେ ସୁରକ୍ଷା ଦେଉଛି। ଗତ ଦୁଇ ମାସ ଭିତରେ ୮୦୦ରୁ ଅଧିକ ଜାହାଜ ଏହି ବାଟ ଦେଇ ସୁରକ୍ଷିତ ଭାବେ ଯାତାୟାତ କରିଛନ୍ତି।

CENTCOM ସୋସିଆଲ ମିଡିଆରେ ଜଣାଇଛି ଯେ, ଇରାନର ଧମକ ଏବଂ ଅଯୌକ୍ତିକ ଘୋଷଣା ସତ୍ତ୍ୱେ ସେଠାରେ ସାମୁଦ୍ରିକ ଚଳାଚଳ ସ୍ୱାଭାବିକ ଅଛି। ଆମେରିକୀୟ ବାହିନୀ ଜଳପଥର ସ୍ୱାଧୀନତା ବଜାୟ ରଖିବା ପାଇଁ ସଜାଗ ରହିଛି ଏବଂ ଇରାନର ଏହି ଜଳପଥ ଉପରେ କୌଣସି ନିୟନ୍ତ୍ରଣ ନାହିଁ ବୋଲି ଆମେରିକା ଦାବି କରିଛି। ଗତ ଦୁଇ ମାସ ମଧ୍ୟରେ ଆମେରିକୀୟ ବାହିନୀ ୮୦୦ରୁ ଅଧିକ ଜାହାଜ ଏବଂ ୪୦୦ ନିୟୁତ ବ୍ୟାରେଲରୁ ଅଧିକ କ୍ରୁଡ୍ ଅଏଲ୍‌ର ନିରାପଦ ଚଳାଚଳ ସୁନିଶ୍ଚିତ କରିଛି।

Uttarakhand Govt.

ପୂର୍ବରୁ, ହର୍ମୁଜ ପ୍ରଣାଳୀରେ ଇରାନ ଏକ ବାଣିଜ୍ୟିକ ଜାହାଜକୁ ଆକ୍ରମଣ କରି ଜଳାଇଦେବା ପରେ ଆମେରିକା ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। CENTCOM ଅନୁଯାୟୀ, ଏହି ଆକ୍ରମଣରେ ଇରାନର ପ୍ରାୟ ୧୪୦ଟି ସାମରିକ ଘାଟି, କ୍ଷେପଣାସ୍ତ୍ର ଓ ଡ୍ରୋନ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଇରାନ ବାହାରିନ, କୁଏତ, କତାର ଏବଂ ୟୁଏଇ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା। କତାର ଓ କୁଏତ ଆକ୍ରମଣକୁ ପ୍ରତିହତ କରିଥିବାବେଳେ ବାହାରିନ କ୍ଷେପଣାସ୍ତ୍ର ସତର୍କତା ଜାରି କରିଥିଲା। ଇରାନ ମଧ୍ୟ ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ଦାବି କରିଛି।

ଏହି ଉତ୍ତେଜନା ବିଶ୍ୱ ଶକ୍ତି ବଜାର ଏବଂ ଆଞ୍ଚଳିକ ନିରାପତ୍ତା ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି, କାରଣ ହରମୁଜ ପ୍ରଣାଳୀ ବିଶ୍ୱର ଅଧିକାଂଶ ତୈଳ ଓ ପ୍ରାକୃତିକ ଗ୍ୟାସ ବାଣିଜ୍ୟ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ।