fbpx

ହାଲୋ ନୁହେଁ …. ଏଥର ବନ୍ଦେ ମାତରମ୍

ମୁମ୍ବାଇ: ଏଥର ହାଲୋ ନୁହେଁ ବନ୍ଦେ ମାତରମ୍ । ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ପରେ ଗତକାଲି ବିଭାଗ ବଣ୍ଟନ କରାଯାଇଛି । ଆଉ ଏହା ସହିତ ଆସିଛି ଏକ ନୂଆ ନିର୍ଦ୍ଦେଶ । ଆଉ ଫୋନ କଲ ଉଠାଇ ହାଲୋ ନୁହେଁ ବରଂ ବନ୍ଦେ ମାତରମ୍ କହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଫୋନ କଲ ଆସିବା ପରେ ହାଲୋ ପରିବର୍ତ୍ତେ ବନ୍ଦେ ମାତରମ କହିବାକୁ କୁହାଯାଇଛି । ଏହା ପାଇଁ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମନଗଣ୍ଟିୱାର ଏହି ଘୋଷଣା କରିଛନ୍ତି।

ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମନଗଣ୍ଟିୱାର କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ଅଧିକାରୀଙ୍କୁ ହାଲୋ ନ କହି ବନ୍ଦେ ମାତରମ କହିବାକୁ କହିଛନ୍ତି । ଏହା ସହିତ ସେ ସମସ୍ତ ଅଧିକାରୀ ମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି ।ଅଗଷ୍ଟ ୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦେଶ ବର୍ତ୍ତମାନ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏବଂ ବର୍ତ୍ତମାନ ସମୟରେ ଏହି ନିଷ୍ପତ୍ତି ଦେଶପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।

Get real time updates directly on you device, subscribe now.