fbpx

Whatsapp ଆଣୁଛି ନୂଆ ଅପଡେଟ: ଏକା ସାଙ୍ଗରେ ୩୨ ଜଣଙ୍କ ସହ ହୋଇପାରିବ ଭିଡିଓ କଲ

ଖୁବଶୀଘ୍ର ୟୁଜରମାନଙ୍କୁ ଏକ ନୂଆ ସୁବିଧା ଦେବାକୁ ଯାଉଛି ହ୍ୱାଟସଆପ । ଏହି ଫିଚର ଦ୍ୱାରା ହ୍ୱାଟସଆପ ଭିଡିଓ ଏବଂ ଭଏସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ । ମ୍ୟାସେଜିଂ ଓ କଲିଂ ଲାଗି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୱାଟସ୍ଆପ ଆପ୍ ମାଧ୍ୟମରେ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡି ହେବା ଲାଗି ଲିଂକ୍ ପଠେଇବାର ସୁବିଧା ମଧ୍ୟ ଉପଲବ୍ଧ କରିବାକୁ ଯାଉଛି ।

ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ । ହ୍ୱାଟସ୍ଆପର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ଏବଂ କମ୍ପାନୀ ଏକା ସାଙ୍ଗରେ ୩୨ ଜଣଙ୍କ ସହ ଗ୍ରୁପ କଲ ସେବା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରୁଥିବା କହିଛନ୍ତି । ଏହି ସୁବିଧା ଲାଗି ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଏବେ ହ୍ୱାଟସ୍ଆପ୍ ଭିଡିଓ କଲରେ ସର୍ବାଧିକ ୮ ଜଣ ଲୋକେ ଯୋଡି ହୋଇପାରୁଛନ୍ତି ।

ଫେସବୁକରେ ଏକ ପୋଷ୍ଟରେ ଏ ନେଇ ଜୁକରବର୍ଗ କହିଛନ୍ତି ଯେ, ଏହି ସପ୍ତାହରୁ ଆମେ ହ୍ୱାଟସ୍ଆପରେ କଲିଂ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକରେ ଆପଣ ଯେକୌଣସି କଲ ସହ ଯୋଡି ହୋଇପାରିବେ । ୩୨ ଜଣଙ୍କ ପର୍ୟ୍ୟନ୍ତ ଆମେ ସୁରକ୍ଷିତ ଏନକ୍ରିପଟେଡ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ । ଏବେ କଲର ବିକଳ୍ପକୁ ଯାଇ କଲ ଲିଙ୍କ୍ ତିଆରି କରିବା ସହ ଏହାକୁ ନିଜ ବନ୍ଧୁଙ୍କ ମଧ୍ୟରେ ସେୟାର କରିପାରିବେ । ଏହି ସେବା ପାଇବା ପାଇଁ ହେଲେ ୟୁଜରଙ୍କୁ ନିଜ ଆପ ଅପଡେଟ କରିବାକୁ ହେବ ।

Get real time updates directly on you device, subscribe now.