fbpx

Instagram Reels କରି ଜିତିପାରିବେ ଲକ୍ଷ ଲକ୍ଷ ଟଙ୍କା: ଦୀପାବଳି ପାଇଁ ଉପହାର ଦେଉଛି ମେଟା କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବଢିବାର ଲାଗିଛି । ଏହି ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକ ରୋଜଗାର କ୍ଷମ ମଧ୍ୟ ହୋଇପାରୁଛନ୍ତି । ଏଥି ସହିତ ମନୋରଞ୍ଜନ ମଧ୍ୟ କରି ପାରୁଛନ୍ତି । ତେବେ ପୂର୍ବରୁ ୟୁଟୁବ ଏବଂ ଫେସବୁକ ମଧ୍ୟରେ ଟଙ୍କା ରୋଜଗାର କରି ହେଉଥିବା ବେଳେ ବର୍ତ୍ତମାନ ଇନଷ୍ଟାଗ୍ରାମ ମଧ୍ୟମରେ ବି ଟଙ୍କା ରୋଜଗାର କରିହେବ । ତେବେ ଇନଷ୍ଟାଗ୍ରାମ କମ୍ପାନୀ ଦୀପାବଳି ପାଇଁ ଏପରି ଏକ ଜବରଦସ୍ତ ଅଫର ଆଣିଛି । ଆସନ୍ତୁ ଜାଣିବା ଇନଷ୍ଟାଗ୍ରାମରେ କିପରି ଟଙ୍କା ରୋଜଗାର କରିପାରିବେ ୟୁଜର ।

ଦୀପାବଳି ପାଇଁ ଇନଷ୍ଟାଗ୍ରାମ ଏକ ଜବରଦସ୍ତ ଅଫର ଆଣିଛି । ଯହାର ନାଁ ହେଉଛି ‘ମେଟା ରିଲ୍ସ ପ୍ଲେ ବୋନସ’ । ଏହି ଅଫର ଅନୁଯାୟୀ, ଭିଡିଓ ପ୍ରସ୍ତୁତ କରୁଥିବା ୟୁଜରମାନେ ୫୦୦୦ $ ଅର୍ଥାତ (ପ୍ରାୟ ୪ ଲକ୍ଷ ଟଙ୍କା) ପର୍ୟ୍ୟନ୍ତ ବୋନସ ପାଇପାରିବେ । ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଅଫର କେବଳ ଆମେରିକାରେ ଚାଲିଥିଲା । କିନ୍ତୁ ବର୍ତ୍ତମାନ ଏହା ଭାରତୀୟମାନଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଏହି ଅଫର ହେତୁ, ଭାରତୀୟ କଣ୍ଟେଣ୍ଟ କ୍ରିଏଟରମାନେ ବର୍ତ୍ତମାନ ବ୍ରାଣ୍ଡ ପ୍ରାୟୋଜକ ଏବଂ ଅନୁବନ୍ଧିତ କାର୍ୟ୍ୟକ୍ରମ ବ୍ୟତୀତ ମେଟାଠାରୁ ସିଧାସଳଖ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ । ଏହି ଅଫର ଆରମ୍ଭ କରିବା ପରେ, ଇନଷ୍ଟାଗ୍ରାମ ବର୍ତ୍ତମାନ ୟୁଜରମାନଙ୍କୁ ଅଧିକରୁ ଅଧିକ ରିଲ ତିଆରି କରିବାକୁ ଉତ୍ସାହିତ କରୁଛି ।

ଲୋକପ୍ରିୟ ଭିଡିଓ ଆପ ଟିକଟକ ଉପରେ ବ୍ୟାନ ଲଗିବା ପରେ ଆଜିକାଲି ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇଛି । ଏଥିରେ ରିଲ ପ୍ରସ୍ତୁତ କରି ଭାଇରାଲ ହେବାରେ ଲାଗିଛନ୍ତି ଜଣକ ପରେ ଜଣେ କ୍ରିଏଟର । ତେଣୁ ଏହି ସୋସିଆଲ ମିଡିଆ ଆପର ଲୋକପ୍ରିୟତା ଏବଂ ବହୁଳ ବ୍ୟବହାରକୁ ନଜରରେ ରକି ଏମିତି ଏକ ଉପହାର ଘୋଷଣା କରିଛି କମ୍ପାନୀ । ଯାହାଦ୍ୱାରା ୟୁଜରମାନେ ଏହି ଅପ ପ୍ରତି ବେଶୀ ଆକୃଷ୍ଟ ହେବେ ।

Get real time updates directly on you device, subscribe now.