fbpx

(Video)ରାସ୍ତାରେ ମୋବାଇଲ ବ୍ୟବହାର କରିବା କେତେ ଖତରନାକ? ଏହି ଭିଡିଓ ହିଁ ଉଦାହରଣ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ଆମ ଜବୀନଶୈଳୀର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି । ମୋବାଇଲ ବିନା ବର୍ତ୍ତମାନ ପିଢୀରେ କିଛି ଦିନ ରହିବା ଖୁବ କଷ୍ଟକର ହୋଇପାରେ । ତେବେ ଏହାକୁ ଅଧିକ ସମୟ ବ୍ୟବହାର କରିବା ମଧ୍ୟ ବିପଦ ହୋଇପାରେ । ବିଶେଷ କରି ରାସ୍ତାରେ ଯାତାୟତ କରିବା ବେଳେ ମୋବାଇଲ ବ୍ୟବହାର କରିବା ଖୁବ ଭୟଙ୍କର ହୋଇଥାଏ । ଯାହାର ଏକ ବଡ ଉଦାହରଣ ହେଉଛି ଏହି ଘଟଣା । ରାସ୍ତାରେ ମୋବାଇଲ ବ୍ୟବହାର କରି ଯାଉଥିବା ଏହି ଯୁବକଙ୍କର ଅବସ୍ଥା ଖୁବ ଖରାପ ହେଇଯାଇଛି ।

ଘଟଣାଟି ଇଂଲଣ୍ଡର ସାଣ୍ଡଫୋର୍ଡର ବୋଲି ଜଣାଯାଇଛି । ଅଫିସିଆଲ ଟ୍ୱିଟର ପେଜରେ ଏହି ଭିଡିଓକୁ ଅପଲୋଡ କରିଛି ସାଣ୍ଡଫୋର୍ଡର ପୋଲିସ ଡିପାର୍ଟମେଣ୍ଟ । ଭିଡିଓରେ ଦେଖାଯାଇଛି ଯେ, ରାସ୍ତା ଉପରେ ଗୋଟିଏ ଭ୍ୟାନ ଛିଡା ହୋଇଛି । କିଛି ସମୟ ପରେ ଜଣେ ଯୁବକ ସାଇକେଲରେ ଆସୁଛନ୍ତି । ତେବେ ସାଇକେଲ ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବାର ସ୍ପଷ୍ଟ ଭିଡିଓ ଦେଖାଯାଇଛି । ତେବେ ମୋବାଇଲ ଧରି ସାଇକେଲ ଚଳାଉଥିବାରୁ ଯୁବକ ଜଣକ ଭ୍ୟାନକୁ ଦେଖିପାରି ନଥିଲେ । ତେଣୁ ସାଇକେଲ ଚଳାଇ ଚଳାଇ ସେ ସିଧା ଯାଇ ଛିଡା ହୋଇଥିବା ଭ୍ୟାନ ସହ ଧକ୍କା ହୋଇଛନ୍ତି ।

ତେବେ ଭ୍ୟାନ ସହିତ ବେଶୀ ଜୋରରେ ଧକ୍କା ଲାଗି ନଥିଲେ ବି ଯୁବକଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବା ଭିଡିଓରୁ ଅନୁମାନ କରାଯାଉଛି । କିନ୍ତୁ ଏହି ଘଟଣାରୁ ଯୁବକ ଜଣକ ନିଶ୍ଚୟ ଏକ ଶିକ୍ଷା ପାଇଥିବେ ଯେ ରାସ୍ତାରେ ମୋବାଇଲ ବ୍ୟବହାର କରିବା କେତେ ଭୟଙ୍କର ହୋଇପାରେ । ସୌଭାଗ୍ୟରୁ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତିର ସାମନା କରିନାହାନ୍ତି ଏହି ଯୁବକ । ନଚେତ ଏପରି ଘଟଣାରେ ମୃତ୍ୟୁ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.