fbpx

ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ଆହ୍ୱାନ

ଭୁବନେଶ୍ୱର, ୧ ।୪ (ଓଡିଶା ଭାସ୍କର): ଆଜି ହେଉଛି ଉତ୍କଳ ଦିବସ । ଓଡିଶାର ବରପୁତ୍ର ଶ୍ରଦ୍ଧାଞ୍ଚଳି ଜଣାଉଛି ସାରାରାଜ୍ୟ । ୧୯୩୬ ମସିହା ଏପ୍ରିଲ ୧ ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ଡ-ବିଖଣ୍ଡିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା ।

ରାଜ୍ୟବାସୀଙ୍କୁ ଓଡିଶା ଦିସବର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିଥିବା ମହାପୁରୁଷମାନଙ୍କୁ ସମ୍ମାନ ଜଣାଛନ୍ତି । ଏହା ସହ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧିକାରୀଙ୍କୁ ସମ୍ମାନ ଜଣାଇଛନ୍ତି । ଓଡିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଓଡିଶାର ପରିଚୟକୁ ଆହୁରି ପରିବ୍ୟାପ୍ତ କରିବାକୁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.