fbpx

ଲୁଚାଛପାରେ ଚଳାଇଥିଲେ ମଦ କାରବାର, ମାଡ଼ି ବସିଲା ବିଏମସି ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ନିୟମ ଉଲ୍ଲଂଘନ କରନାହିଁ । ଜାରି ହୋଇଥିବା ନିୟମ ପାଳନ କର । ବାରମ୍ବାର ଏଭଳି ତାଗିଦ୍ ସତ୍ତେ୍ୱ ଶୁଣୁନାହାନ୍ତି ଅମାନିଆ । ଫଳରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି ସ୍କ୍ୱାଡ୍ । ଠିକ୍ ଏହି କ୍ରମରେ ଆଜି ରାଜଧାନୀର ଆଉ ଏକ ବାର୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ସିଲ୍ ହୋଇଛି ।

ସୂଚନା ଅନୁସାରେ, ଲୁଇସ୍ ରୋଡ୍ ଗ୍ୟାରେଜ୍ ଛକ ନିକଟରେ ଥିବା ଉକ୍ରଳ ଇନ୍ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଚାଲିଥିଲା ଲୁଚାଛପାରେ ମଦ କାରବାର । ତେବେ ସାଉଥ୍-ଇଷ୍ଟ୍ ଜୋନ୍ ସ୍ପେସାଲ୍ ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଏବଂ କମିସନରେଟ୍ ପୋଲିସ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ ଉକ୍ତ ବାର୍ କୁ ସିଲ୍ କରିଦିଆଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନଫୋର୍ସମେଣ୍ଟ୍ ୱିଙ୍ଗର ଆସିଷ୍ଟାଣ୍ଟ୍ କମିସନର ଲିଲନ ପ୍ରସାଦ ସାହୁ ଏବଂ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା ।

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅମାନିଆଙ୍କୁ ବିଏମସି ପକ୍ଷରୁ ସାବାଡ଼ କରାଯାଉଛି । ଦୋକାନ ସିଲ୍ ହେଉଛି ଏବଂ ଏଥିସହ ଜୋରିମାନା ମଧ୍ୟ ଗଣୁଛନ୍ତି । ତଥାପି ସୁଧୁରିବାର ନାଁ ଧରୁନାହାନ୍ତି ଅନେକ ଅମାନିଆ ।

Get real time updates directly on you device, subscribe now.