fbpx

ଚାରିଧାମ ଯାତ୍ରାକୁ ମିଳିଲା ଅନୁମତି, ଏଣିକି କରୋନା କଟକଣା ମଧ୍ୟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଡେରାଡୁନ : ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଚାରିଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଯାତ୍ରା ଆରମ୍ଭ କରିବାକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଶପଥପାତ୍ର ଉପରେ ଶୁଣାଣି କରିଛନ୍ତି । ଶୁଣାଣି ପରେ ଜୁନ ୨୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । କୋଭିଡ ନିୟମ ପାଳନ କରି ଚାରଧାମ ଯାତ୍ରା ଆରମ୍ଭ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ମୁଖ୍ୟ ନ୍ୟାୟାଧୀଶ ଆରଏସ ଚୌହାନ ଓ ନ୍ୟାୟାଧୀଶ ଆଲୋକ କୁମାର ବର୍ମାଙ୍କ ଖଣ୍ଡପୀଠ ବଦ୍ରୀନାଥ ଧାମରେ ୧୨୦୦ ଭକ୍ତ ବା ଯାତ୍ରୀ, କେଦାରନାଥ ଧାମରେ ୮୦୦, ଗଙ୍ଗୋତ୍ରୀରେ ୬୦୦ ଓ ଯମୁନେତ୍ରୀରେ ୪୦୦ ଯାତ୍ରୀଙ୍କୁ ଯିବାକୁ ଅନୁମତି ଦେଇଛନ୍ତି । ପ୍ରତ୍ୟେକ ଯାତ୍ରୀଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଓ ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ସାର୍ଟିଫିକେଟ ନେବାକୁ କହିଛନ୍ତି ।

Get real time updates directly on you device, subscribe now.