fbpx

ପରବର୍ତ୍ତୀ ବାୟୁସେନା ମୁଖ୍ୟ ହେବେ ଭି ଆର ଚୌଧୁରୀ

ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ଭି ଆର ଚୌଧୁରୀ । ମଙ୍ଗଳବାର ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ବର୍ତ୍ତମାନ ଆର କେ ଏସ ଭଦୋରିଆ ଚିଫ୍ ଅଫ ଏୟାର ଷ୍ଟାଫ ଭାବରେ କାର୍ଯ୍ୟ କରୁଛନ୍ତି । ଭଦୋରିଆ ଆସନ୍ତା ୩୦ ସେପ୍ଟେମ୍ବରରେ ଅବସର ଗ୍ରହଣ କରୁଥିବାରୁ ଉପମୁଖ୍ୟ ରହିଥିବର ଚୌଧୁରୀ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ।

ଡିସେମ୍ବର ୨୯, ୧୯୮୨ରେ ଚୌଧୁରୀଙ୍କୁ ଭାରତୀୟ ବାୟୁସେନାରେ ସାମିଲ କରାଯାଏ । ଯୁଦ୍ଧ ଜାହଜ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ବିମାନ ଚାଳନାରେ ତାଙ୍କର ୩୮୦୦ ଘଣ୍ଟାରୁ ଅଧିକ ଅଭିଜ୍ଞତା ରହିଥିବା ନେଇ ବାୟୁସେନା ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି । ଏନଡିଏରୁ ଉତ୍ତୀର୍ଣ୍ଣ ହୋଇଥିବା ଚୌଧୁରୀ ଏହା ପୂର୍ବରୁ କମାଣ୍ଡିଂ ଇନ ଚିଫ୍ ଏୟାର ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ଏଚ ଏସ୍ ଅରୋରାଙ୍କ ନିକଟରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.