fbpx

୭୦ ହଜାର ଟଙ୍କାର ସାଇକେଲ, କିଲୋମିଟର ପିଛା ଖର୍ଚ୍ଚ ମାତ୍ର ୧୨ ପଇସା: ଜାଣନ୍ତୁ ଅଧିକ

ଯଦି ଆପଣ କୌଣସି ଗାଡ଼ି ବା ବାହନ କିଣିବାକୁ ଚାହୁଛନ୍ତି ଯାହା ଆପଣଙ୍କୁ ପେଟ୍ରୋଲ ଖର୍ଚ୍ଚରୁ ମୁକ୍ତି ଦେବ । ତେବେ ଆପଣ VAAN(ଭାନ୍) ଇଲେକ୍ଟ୍ରିକ୍ ର ଏହି ଇଲେକ୍ଟ୍ରିକ ସାଇକେଲ ବିଷୟରେ ଚିନ୍ତା କରିପାରନ୍ତି । ଯାହା ମାତ୍ର ଅଧା ୟୁନିଟ୍ ବିଜୁଳିରେ ଚାର୍ଜ ହୋଇଯାଏ । ଏହାକୁ ଚଳାଇବାରେ ଖର୍ଚ୍ଚ କହିଲେ ୧୨ ପଇସା ପ୍ରତି କିଲୋମିଟରରୁ ମଧ୍ୟ କମ୍ ।

VAAN Electric Moto ମାର୍କେଟରେ ଏହାର ଇଲେକ୍ଟ୍ରିକ୍ ସାଇକେଲ ରେଞ୍ଜ Urbansportକୁ ଲଞ୍ଚ କରିଛି । ଏହାର ଦୁଇଟି ଭ୍ୟାରିଏଣ୍ଟକୁ ସବୁଠୁ ପ୍ରଥମେ କୋଚିରେ ଲଞ୍ଚ କରାଯାଇଛି । ଖୁବ୍ ଶୀଘ୍ର ଏହାର ଗୋଆ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ଅଧିକ ଚାହିଦାଥବା ରାଜ୍ୟରେ ଲଞ୍ଚ ହେବ । କମ୍ପାନୀର କହିବା ଅନୁଯାୟୀ ଦୁଇ ଭ୍ୟାରିଏଣ୍ଟ Urbansport ଏବଂ Urbansport Pro ୪ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯିବେ । ଉଭୟ ସାଇକେଲରେ 48 V 7.5Ah ର removable ବ୍ୟାଟେରୀ ଦିଆଯାଇଛି, ଯାହାର ଓଜନ ପ୍ରାୟ ୨.୫ କେଜି ରହିଛି । ଏହିଭଳି ଭାବରେ ଏହି ବ୍ୟାଟେରୀ ସଂପୂର୍ଣ୍ଣ ଭାବରେ ଚାର୍ଜ ହେବାକୁ ପ୍ରାୟ ଅଧା ୟୁନିଟ୍ ବିଜୁଳି ଖର୍ଚ୍ଚ ହେବ ।

ଭାନ୍ ଇଲେକ୍ଟ୍ରିକ ସାଇକେଲର ଟପ୍ ସ୍ପିଡ ୨୫ କିମି ପ୍ରତିଘଣ୍ଟା ରହିଥିବା ନେଇ କମ୍ପାନୀ ତରଫରୁ କୁହାଯାଇଛି, ଏବଂ ଏହା ୬୦ କିମି ପର୍ଯ୍ୟନ୍ତ ଯାଇପାରିବେ । ଏହି ଇଲେକ୍ଟ୍ରିକ୍ ସାଇକେଲରେ ୫ ଲେଭଲ ଭିୟର ରହିଛି । ୨୦ ଇଞ୍ଚର ସ୍ପୋକ୍ ହ୍ୱିଲ୍ ରହିଛି । ଏହାର କ୍ୟାରିୟରରେ ୧୫ କେଜି ପର୍ଯ୍ୟନ୍ତ ଓଜନ ନେଇପାରିବେ । ତେବେ ଅର୍ବାନସ୍ପୋର୍ଟ୍ସର ଦାମ୍ ୫୯,୯୯୯ ଟଙ୍କା ଥିବାବେଳେ ଅର୍ବାନସ୍ପୋର୍ଟ୍ସ ପ୍ରୋ ର ଦାମ୍ ୬୯,୯୯୯ ଟଙ୍କା ରହିଛି ।

 

Get real time updates directly on you device, subscribe now.