fbpx

ବିନା ପଞ୍ଜୀକରଣରେ ନେଇପାରିବେନି ଟିକା

ଭୁବନେଶ୍ୱର : ଭୁବନେଶ୍ୱରରେ ମେ’ ୩ରେ ହେବାକୁ ଯୋଉଥିବା ଟିକାକରଣକୁ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୧୮ ରୁ ୪୪ ବର୍ଷ ମଧ୍ୟରେ ଯେଉଁ ମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଟିକା ଦିଆଯିବ ନାହିଁ । ଭୁବନେଶ୍ୱର ମହାନଗର ନିଗମରେ ଟିକାର ଅଭାବ ନାହିଁ । ତେଣୁ ସେ ଅନୁରୋଧ କରିଛନ୍ତି ଯେ, ଟିକା ନେବା ପାଇଁ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ କରନ୍ତୁ । ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ ନାହିଁ । ଟିକା ନେବା ପାଇଁ ରେଜିଷ୍ଟ୍ରେସନ୍ କରି ସାରିବା ପରେ ସେମାନଙ୍କୁ ଯେଉଁ ସ୍ଥାନରେ ସ୍ଲଟ୍ ଦିଆଯିବ ସେମାନେ ସେହି ସ୍ଥାନକୁ ଯାଇ ଟିକା ନେବେ । ଆଜି ଅପରାହ୍ନରୁ ସ୍ଲଟ୍ ଅଫ୍ ଆପଏଣ୍ଟମେଣ୍ଟ କରାଯିବ । ଏଥିସହିତ ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲ ମାନଙ୍କ ଟିକାକରଣ କରାଯିବ । ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଏବଂ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କରାଯିବାକୁ ଥିବା ବେଳେ ସରକାରୀ ହସ୍ପିଟାଲ ମାନଙ୍କରେ ଏହି ଦୁଇ ବର୍ଗର ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ୍ କେସ୍ ରହିଛି । ସେମାନଙ୍କ ଚିକିତ୍ସା ପାଇଁ ବେଡ୍ ର ଅଭାବ ନାହିଁ । ବର୍ତ୍ତମାନ ସୁଦ୍ଧା ବିଏମସିରେ ୩୫୫୩ଟି ବେଡ୍ ଉପଲବ୍ଧ ରହିଛି । ଏଥିମଧ୍ୟରୁ ୫୩୧ଟି ଆଇସିୟୁ ବେଡ୍ ରହିଛି । ଏହି ଆଇସିୟୁ ବେଡ୍ ମଧ୍ୟରୁ ୯୫ ପ୍ରତିଶତରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଏହାସହ ୫୩୬ଟି ଏଚଡିୟୁ ବେଡ୍ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିପରି ବିଏମସି ଅଧୀନରେ ସାଧାରଣ ବେଡ୍ ୨୧୮୬ଟି ବେଡ୍ ରହିଛି । ସେଥିମଧ୍ୟରୁ ୫୦ ପ୍ରତିଶତ ବେଡ୍ ଖାଲି ପଡିଛି ବୋଲି ବିଏମସି କମିସନର ସୁଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ୮୫% ଆକ୍ରାନ୍ତ ଘରେ ଆଇସୋଲେସନ୍ ରେ ରହିଛନ୍ତି । ପ୍ରତି ୱାର୍ଡରେ ଆରଆରଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖାଯାଇଛି ।

ଏଥିସହିତ ସେ କହିଛନ୍ତି ଯେ, ସମସ୍ତ କୋଭିଡ୍ ନିୟମକୁ ମାନନ୍ତୁ । ସମାଜିମ ଦୁରତା ଅବଲମ୍ବନ କରନ୍ତୁ । ଟିକା ନେବାକୁ ଗଲା ବେଳେ ସମୁ ପ୍ରକାରର କୋଭିଡ୍ ଗାଇଡଲାଇନ୍ କୁ ଅନୁସରଣ କରନ୍ତୁ । ଟିକାକରଣ କେନ୍ଦ୍ରରେ ଅଯଥା ଭିଡ କରନ୍ତୁ ନାହିଁ । ସେହିପରି ଲକ୍ଷଣ ଦେଖାଇଲେ ହିଁ ଟେଷ୍ଟ କରନ୍ତୁ । ବିଏମସି ହେଲପ୍ ଲାଇନ୍ ନମ୍ବରକୁ ବାରମ୍ବାର କଲ୍ କରନ୍ତୁ ନାହିଁ । ରାଜଧାନୀର ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟୋରୀ ଅଛି । ୨୪ଟି ସିଏଚସି ବା ପିଏଚସି ରୋ ମଧ୍ୟ କୋଭିଡ୍ ଟେଷ୍ଟ କରାଯାଉଛି ।

Get real time updates directly on you device, subscribe now.