ବୈଭବଙ୍କ ବ୍ୟାଟରୁ ଖାଲି ଛକା ଚଉକା ମାଡ଼; ୩୧୦ ରନ କରିବି ଚିନ୍ତାରେ ଆଫଗାନିସ୍ତାନ ଖେଳାଳି, ସେମିଫାଇନାଲ ଜିତିଯିବ ଭାରତ!
IND vs AFG U19 Semi-final : ଅଣ୍ଡର୧୯ ବିଶ୍ୱକପର ସେମିଫାଇନାଲରେ ଆଜି ଭାରତ-ଆଫଗାନିସ୍ତାନ ଆମ୍ନାସାମ୍ନା।
ନୂଆଦିଲ୍ଲୀ: ବୈଭବଙ୍କ ମାଡ଼ରେ ଆଫଗାନିସ୍ତାନ ଛାନିଆ । ମଇଦାନରେ ଖାଲି ଚକା ଚୌକା ବର୍ଷା। ଡରରେ ଥରିଲେ ଆଫଗାନିସ୍ତାନ ଖେଳାଳି । ଅଣ୍ଡର୧୯ ବିଶ୍ୱକପର ସେମିଫାଇନାଲରେ ଆଜି ଭାରତ-ଆଫଗାନିସ୍ତାନ ଆମ୍ନାସାମ୍ନା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ଆଉ ଭାରତ ଆଗରେ ରଖିଲା ୩୧୦ ରନର ବିଶାଳ ସ୍କୋର।
କହିବାକୁ ଗଲେ ଅଣ୍ଡର୧୯ ବିଶ୍ୱକପର ଇତିହାସରେ ଏତେ ବଡ଼ ଟାର୍ଗେଟ କେବେ ପିଛା କରାଯାଇନାହିଁ। ଯଦି ଆୟୁଷ ମହାତ୍ରେଙ୍କ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବାକୁ ହୁଏ, ତେବେ ସେମାନଙ୍କୁ ଇତିହାସ ରଚିବାକୁ ପଡିବ। ସେମିଫାଇନାଲରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ପକ୍ଷରୁ ଫୈସଲ ସିନୋଜାଦା ୧୧୦ ରନ ଏବଂ ଉଜୈରୁଲ୍ଲାହ ନିଆଜାଇ ଅପରାଜିତ ଭାବେ ୧୦୧ ରନ ଯୋଡିଥିଲେ ଯାହାର ଫଳସ୍ୱରୂପ ଭାରତ ଆଗରେ ଏତେବଡ଼ ଲକ୍ଷ୍ୟ ରଖିବାକୁ ସମର୍ଥ ହେଇପାରିଥିଲା ଆଫଗାନିସ୍ତାନ।
ଭାରତର କିଭଳି ଏତେ ରନ କରିବା ଏହାକୁ ନେଇ ଖେଳାଳି ଚାପରେ ଥିବା ନେଇ ଅନୁମାନ କରିଥିଲେ ଫ୍ୟାନ୍ସ। କିନ୍ତୁ ମଇଦାନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଛକା ଚଉକା ଦେଖି ଫ୍ୟାନ୍ସ ଆଉ ଆଫଗାନିସ୍ତାନ ଖେଳାଳି ଉଭୟ ଆଶ୍ଚର୍ଯ୍ୟ ହେଇଯାଇଥିଲା । ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ସେମିଫାଇନାଲରେ ଏକ ଚମତ୍କାର ଇନିଂସ ଖେଳିଥିଲେ, ୩୩ ବଲ୍ରେ ୯ ଚୌକା ଏବଂ ୪ ଛକା ସହାୟତାରେ ୬୮ ରନ୍ କରିଥିଲେ ବୈଭବ। ବୈଭବଙ୍କ ଇନିଂସ ପରେ, ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୩୧୧ ରନର ଲକ୍ଷ୍ୟ ମଧ୍ୟ ଛୋଟ ମନେ ହେଉଥିଲା।
ମ୍ୟାଚ୍ରେ ବୈଭବଙ୍କ ପ୍ରଦର୍ଶନ ଉପରେ ବହୁତ କିଛି ନିର୍ଭର କରିଥିଲା। ୩୦୦ରନ୍ର ଲକ୍ଷ୍ୟ ରଖାଯାଇଥିବାରୁ, କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ଯଦି ବୈଭବଙ୍କ ବ୍ୟାଟ୍ ଭଲ ପ୍ରଦର୍ଶନ କରେ, ତେବେ ଟିମ୍ ଇଣ୍ଡିଆ ଏକ ଆରାମଦାୟକ ବିଜୟ ପାଇବ। ଇନିଂସ ଆରମ୍ଭ କରି ବୈଭବ ଶତକ ହାସଲ କରିପାରି ନଥିଲେ, କିନ୍ତୁ ସେ ଏକ ଚମତ୍କାର ଇନିଂସ ସହିତ ତାଙ୍କ କାମ କରିଥିଲେ।
ପ୍ରଥମ ୱିକେଟ ପାଇଁ ଉତ୍କୃଷ୍ଟ ଭାଗୀଦାରି: ରନ ଚେଜ୍ରେ ଇନିଂସ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜ ପ୍ରଥମ ୱିକେଟ୍ ପାଇଁ ୯୦ ରନ୍ ର ଭାଗୀଦାରି କରିଥିଲେ। ଏହି ଭାଗୀଦାରି ଟିମ୍ ଇଣ୍ଡିଆକୁ ଏକ ଦୃଢ଼ ଆରମ୍ଭ ଦେଇଥିଲା।
ଆଜିର ଏହି ଦ୍ୱିତୀୟ ସେମିଫାଇନାଲରେ ଯିଏ ବିଜୟ ହେବ ସେ ଶୁକ୍ରବାର, ଅର୍ଥାତ ୬ ଫେବୃଆରୀରେ ଫାଇନାଲରେ ଇଂଲଣ୍ଡ ସହିତ ଖେଳିବ। ତେଣୁ ଆଜିର ମ୍ୟାଚ ଭାରତ ପାଇଁ ବହୁତ ଜରୁରୀ । ଯାହା ଆଶା କରାଯାଉଛି ଭାରତ ଆଜି ନିଶ୍ଚୟ ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ଆଣିବ।
