fbpx

୧୫ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ ,କରୋନାର ଦ୍ବିତୀୟ ଲହର ପରେ ନିଜ ସଂସଦୀୟ କ୍ଷେତ୍ରକୁ ଯିବେ ମୋଦି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୫ରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ଯିବେ । କରୋନାର ଦ୍ୱିତୀୟ ଲହର ପରେ ଏହା ମୋଦିଙ୍କ ପ୍ରଥମ ବାରାଣାସୀ ଗସ୍ତ । ବାରାଣାସୀରେ ମୋଦି ରୁଦ୍ରାକ୍ଷ କନଭେନସନ ସେଣ୍ଟର ଉଦଘାଟନ କରିବେ । ବନାରସ ହିନ୍ଦୁ ୟୁନିଭର୍ସିଟିରେ କୋଭିଡ ପ୍ରୋଟୋକଲ ପାଳନ କରି ଏକ ଜନସଭାକୁ ସମ୍ବୋଧିତ କରିବେ । ମୋଦିଙ୍କ ଗସ୍ତ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରସ୍ତୁତି ତଦାରଖ କରିବେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ମଧ୍ୟ କରିବେ । ଗସ୍ତ ବେଳେ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ମୋଦି ଏଜେଣ୍ଡା ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.