fbpx

(Video) ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ନିର୍ମମ ହତ୍ୟା, ୫୦ରୁ ଅଧିକଥର ଛୁରିରେ ହୋଇଥିଲା ଆକ୍ରମଣ

ବେଙ୍ଗାଲୁରୁ: ବେଙ୍ଗାଲୁରର ପ୍ରଖ୍ୟାତ ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ସ୍ଥିତ ଏକ ହୋଟେଲରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି ।

ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀଙ୍କ ଚେହେରା ସାମ୍ନାକୁ ଆସିଛି । ପୋଲିସ ସୂଚନା ମୁତାବକ, ‘ସରଳ ବାସ୍ତୁ’ର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଗୁରୁଜୀ ବେଙ୍ଗାଲୁରୁର ପ୍ରେସିଡେନ୍ସି ହୋଟେଲକୁ ଯାଇଥିବାବେଳେ ତାଙ୍କୁ କେତେକ ବ୍ୟକ୍ତି ପ୍ରଥମେ ଅଟକାଇ ତାଙ୍କ ଗୋଡ ଛୁଇଁଥିଲେ । ପରେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ।

ହୋଟେଲର ରିସେପସନରେ ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ୫୦ରୁ ଅଧିକ ଥର ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଛି । ଏହାପରେ ଘଟଣାସ୍ଥଳରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଏ ସମସ୍ତ ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି । ହୋଟେଲରେ ଉପସ୍ଥିତ କର୍ମଚାରୀ ଓ ଲୋକ ଏହାକୁ ଦେଖୁଥିଲେ ବି ଭୟରେ ପ୍ରତିବାଦ କରିନଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅପରାଧୀମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, କାହିଁକି ଓ କିଏ ବାସ୍ତୁବିଦଙ୍କୁ ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡ଼ିନାହିଁ ।

Get real time updates directly on you device, subscribe now.