fbpx

ଘରର ମନ୍ଦିରରେ କେବେବି କରନ୍ତୁ ନାହିଁ ଏହି ୭ଟି ଭୁଲ୍: ରାଗିଯିବେ ମା’ ଲକ୍ଷ୍ମୀ

ବାସ୍ତୁ ଅନୁସାରେ ମନ୍ଦିର ସବୁବେଳେ ଈଶାନ କୋଣ କିମ୍ବା ଉତ୍ତର କୋଣ ଦିଗରେ ରହିବା ଉଚିତ୍ । ଘରେ ମନ୍ଦିରର ସଠିକ୍ ଦିଗ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରେ ଏକ ମନ୍ଦିର ରହିବାରୁ ଏହା ସକରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରିଥାଏ ।

ପୂଜାପାଠରେ ଯଦି ବାସ୍ତୁ ତ୍ରୁଟି ଥାଏ, ତେବେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । କୁହାଯାଏ କି, ପୂଜା ଗୃହର ସଠିକ୍ ଦିଗ ଏବଂ ପୂଜାଗୃହରେ ଭଗବାନଙ୍କ ମୂର୍ତ୍ତି ଏବଂ ଫଟୋଗୁଡ଼ିକର ସଠିକ୍ ଦିଗ ଜାଣିବା ଆବଶ୍ୟକ । ଯଦି ଘରେ ନିର୍ମିତ ମନ୍ଦିର ବାସ୍ତୁ ବିପରୀତ ଅଛି, ତେବେ ପୂଜାପାଠ କରିବା ସମୟରେ ମନ ଏକାଗ୍ର ରୁହେନାହିଁ ଓ ପୂଜା କରିବାର କୌଣସି ଲାଭ ମିଳିନଥାଏ । ଆସନ୍ତୁ ଜାଣିବା ସେହିପରି କିଛି ବାସ୍ତୁ ଟିପ୍ସ…

୧. ବାସ୍ତୁ ଶାସ୍ତ୍ର ଅନୁସାରେ, ପୂଜାଘର ସଠିକ୍ ଦିଗରେ ରହିବା ଉଚିତ୍ । ଯଦି ପୂଜାଘର ଠିକ୍ ଦିଗରେ ନରୁହେ, ତେବେ କୌଣସି ଲାଭ ମିଳିନଥାଏ । ସେଥିପାଇଁ ପୂଜାଘର ସବୁବେଳେ ଘରର ଉତ୍ତର ଦିଗରେ ରହିବା ଉଚିତ୍ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ଅଶୁଭ ଫଳଦାୟୀ ହୋଇଥାଏ । ଏଥି ସହିତ ଘରର ମନ୍ଦିରରେ ଦୁଇଟି ଶଙ୍ଖ ଏକାସାଙ୍ଗରେ ରଖିବା ମଧ୍ୟ ଠିକ୍ ନୁହେଁ ।

୨. ବାସ୍ତୁ ଶାସ୍ତ୍ର ଅନୁସାରେ, ପୂଜା ଘରେ କେବେବି ଭଙ୍ଗା ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ । ଏହା ସହ ଯଦି ଆପଣ ଭଙ୍ଗା ମୂର୍ତ୍ତିକୁ ପୂଜା କରନ୍ତି, ତେବେ ଭଗବାନ ରାଗିଯାଆନ୍ତି ।

୩. ବାସ୍ତୁ ଅନୁଯାୟୀ, କେବେ ବି ଷ୍ଟୋରରୁମ, ବେଡରୁମ୍ ଓ ବେସମେଣ୍ଟରେ ପୂଜାଘର ରଖିବା ଉଚିତ୍ ନୁହେଁ । ପୂଜା ଘର ସବୁବେଳେ ଏକ ଖାଲି ସ୍ଥାନରେ କରିବା ଉଚିତ୍ ।

୪. ବାସ୍ତୁ ଅନୁସାରେ, ଘରର ମନ୍ଦିରରେ ଜଣେ ଠାକୁରଙ୍କର ଏକରୁ ଅଧିକ ଫଟୋ ରଖନ୍ତୁ ନାହିଁ । ଖାସ୍ କରି ଗଣେଶ ଭଗବାନଙ୍କର ୩ଟି ମୂର୍ତ୍ତି ରହିବା ଉଚିତ୍ ନୁହେଁ । ଏପରି ହେବା ଦ୍ୱାରା ଶୁଭ କାମରେ ବାଧା ଉପୁଜିଥାଏ । ମୂର୍ତ୍ତି ଓ ଫଟୋକୁ ରଖିବାର ସଠିକ୍ ଦିଗ ବିଷୟରେ ଜ୍ଞାନ ଥିବା ଉଚିତ୍ ।

୫. କୁହାଯାଏ କି, ହନୁମାନଙ୍କର ଏକ ବଡ ପ୍ରତିମା ମନ୍ଦିରରେ ରଖିବା ଉଚିତ୍ ନୁହେଁ । ତାଙ୍କର ମୂର୍ତ୍ତି ସବୁବେଳେ ମନ୍ଦିରରେ ଛୋଟ ହେବା ଉଚିତ୍ । ଏହା ସହିତ ହନୁମାନଙ୍କର ଏକ ବସିଥିବା ପ୍ରତିମା ରଖିବା ଭଲ ବୋଲି ବିବେଚନା କରାଯାଏ । ଏହା ସହିତ ଶିବଲିଙ୍ଗ ମଧ୍ୟ ମନ୍ଦିରରେ ରହିବା ଉଚିତ୍ ।

୬. ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ । ଅନେକ ଥର ଲୋକମାନେ ଘରର ରୋଷେଇ ଘରେ ଏକ ମନ୍ଦିର ତିଆରି କରନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ରୋଷେଇ ଘରେ ମନ୍ଦିର ରହିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

୭. ଭଗବାନ ଏବଂ ଦେବୀଙ୍କ ହସୁଥିବା ଫଟୋ ସବୁବେଳେ ଘରର ମନ୍ଦିରରେ ରଖିବା ଉଚିତ୍ । ମନ୍ଦିରରେ ଭଗବାନ ଏବଂ ଦେବୀଙ୍କ ଉଗ୍ର ରୂପର ଫଟୋ ରଖନ୍ତୁ ନାହିଁ । ଏହା କରିବା ଅଶୁଭ ବୋଲି କୁହାଯାଏ ।

Get real time updates directly on you device, subscribe now.