ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତି ପଥରେ, ଯୁବ ଓ ମହିଳା ନେତୃତ୍ୱ ବିକାଶ ଉପରେ ଗୁରୁତ୍ୱ

ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତି ପଥରେ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ଼ କାର୍ଯ୍ୟବଳ ରହିଛି, ଯାହା ବ୍ୟବସାୟ ସହିତ ତାଳଦେଇ ନିରନ୍ତର ବୃଦ୍ଧି ପାଉଛି। ଓଡ଼ିଶାର ଜାମଖାନି, କୁରାଲୋଇ ଏବଂ ଘୋଘରପାଳିରେ ୮୦ରୁ ଊର୍ଦ୍ଧ୍ୱ ଯୁବ ପେସାଦାର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟରେ ଯୋଗଦାନ କରି ନିଜକୁ ଭବିଷ୍ୟତର ବଡ଼ ଦାୟିତ୍ୱ ପାଇଁ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କର ଏହି ଯାତ୍ରା ନିରନ୍ତର ଶିକ୍ଷା, ନେତୃତ୍ୱ ବିକାଶ ଏବଂ ବୃତ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଏକ ସୁଦୃଢ଼ ଇକୋସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି।

କ୍ୟାରିୟର ବିକାଶ ଓ ଉଚ୍ଚଶିକ୍ଷାର ସୁଯୋଗ: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣିରେ କର୍ମଚାରୀମାନଙ୍କୁ ଶିଖିବା ସହିତ ବିକାଶ ପାଇଁ ନୂତନ ମାର୍ଗ ପ୍ରଦାନ କରାଯାଉଛି। କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଏବଂ ଏକ୍ସ.ଏଲ୍.ଆର୍.ଆଇ. ଭଳି ବୈଶ୍ୱିକ ସ୍ତରର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବେଦାନ୍ତର ପ୍ରମୁଖ ମହିଳା ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ‘ଭି-ଲିଡ୍’ରେ ଅଂଶଗ୍ରହଣ କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ଲାଟଫର୍ମ କର୍ମଚାରୀଙ୍କୁ ନୂତନ ଦାୟିତ୍ୱ ପାଇଁ ପ୍ରସ୍ତୁତ କରୁଛି।

ଶ୍ରେଣୀଗୃହ ବାହାରେ ଏପର୍ଯ୍ୟନ୍ତ ଆୟୋଜିତ ୫୦ରୁ ଅଧିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ନିଜର ବୈଷୟିକ, କାର୍ଯ୍ୟକ୍ଷମ ଏବଂ ପରିଚାଳନା ଦକ୍ଷତାକୁ ଆହୁରି ସୁଦୃଢ଼ କରିଛନ୍ତି। ଏହି କାର୍ଯ୍ୟବଳ ମଧ୍ୟରେ ବିବିଧତା ବୃଦ୍ଧି ପାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ୱ ମହିଳା ବୃତ୍ତିଗତ ବିଭିନ୍ନ ପ୍ରମୁଖ ବିଭାଗର ନେତୃତ୍ୱ ନେଉଛନ୍ତି।

କର୍ମଚାରୀଙ୍କ ଉତ୍କର୍ଷତାକୁ ସ୍ୱୀକୃତି ଓ ପୁରସ୍କାର: ଏହି ପ୍ରୟାସକୁ ପ୍ରଶଂସା କରି ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣିର ସିଇଓ ଅମରେଶ କୁମାର କହିଛନ୍ତି, “ଆମର ସଫଳତାର ମୂଳରେ ରହିଛନ୍ତି ଆମର ଲୋକମାନେ। ଯୁବ ପ୍ରତିଭାମାନଙ୍କୁ ଶିଖିବା, ଦାୟିତ୍ୱ ଗ୍ରହଣ କରିବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେଇ ଆମେ ଏପରି ଦକ୍ଷତା ଓ ସାମର୍ଥ୍ୟ ବିକଶିତ କରୁଛୁ, ଯାହା ଆମର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ସହିତ ଭବିଷ୍ୟତକୁ ସଠିକ୍ ଆକାର ଦେବ।”

କାର୍ଯ୍ୟସ୍ଥଳରେ ଉତ୍କର୍ଷତାକୁ ଉତ୍ସାହିତ କରିବା ପାଇଁ ‘ବି.ୟୁ. ସି.ଇ.ଓ. ପୁରସ୍କାର’, ‘ବ୍ୟାବସାୟିକ ଉତ୍କର୍ଷ ପୁରସ୍କାର’ ଏବଂ ‘ସାବାସ୍ କାର୍ଡ’ ଭଳି ମଞ୍ଚ ମାଧ୍ୟମରେ କର୍ମଚାରୀ ଓ ଟିମ୍‌ଗୁଡ଼ିକର ଯୋଗଦାନକୁ ସମ୍ମାନିତ କରାଯାଉଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି ନିଜର ପ୍ରତିଭା ଭଣ୍ଡାରକୁ ସୁଦୃଢ଼ କରିବା ସହ ଭବିଷ୍ୟତର ବ୍ୟବସାୟିକ ଆବଶ୍ୟକତା ପୂରଣ ପାଇଁ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରୁଛି।