ଗ୍ରାମୀଣ ଯୁବପିଢ଼ିଙ୍କ ଭାଗ୍ୟ ବଦଳାଉଛି ବେଦାନ୍ତ ଆଲୁମିନିୟମର ‘ବେଦକ୍ଷତା’

ବେଦକ୍ଷତା ଜରିଆରେ ଆଖପାଖ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା, ପ୍ରାକ୍ଟିକାଲ୍ ଅଭିଜ୍ଞତା ଓ ରୋଜଗାର ସୁଯୋଗ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଏହି ପଦକ୍ଷେପ ସୋସିଓ-ଇକୋନୋମିକ୍ ଆଣ୍ଡ ଏଜୁକେସନାଲ୍ ଡେଭେଲପମେଣ୍ଟ ସୋସାଇଟି (ଏସ୍‌ଇଇଡିଏସ୍‌)ର ସହଭାଗିତାରେ କାର୍ଯ୍ୟକାରୀ ହେଉଛି।

ଭୁବନେଶ୍ୱର: ଗ୍ରାମାଞ୍ଚଳର ଅନେକ ଯୁବକ-ଯୁବତୀଙ୍କ ମନରେ ରହିଛି ବଡ଼ ସ୍ୱପ୍ନ। କିନ୍ତୁ ସଠିକ୍ ମାର୍ଗଦର୍ଶନ, ତାଲିମ ଓ ରୋଜଗାରର ସୁଯୋଗ ଅଭାବରୁ ଅନେକ ସମୟରେ ସେହି ସ୍ୱପ୍ନ ଅଧୁରା ରହିଯାଏ। ଏଭଳି ଯୁବପିଢ଼ି ପାଇଁ ଦକ୍ଷତା ବିକାଶକୁ ରୋଜଗାରର ଏକ ମାର୍ଗ ଭାବେ ଆଗକୁ ଆଣୁଛି ବେଦାନ୍ତ ଆଲୁମିନିୟମର ‘ବେଦକ୍ଷତା’ ପଦକ୍ଷେପ।

ବେଦକ୍ଷତା ଜରିଆରେ ଆଖପାଖ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା, ପ୍ରାକ୍ଟିକାଲ୍ ଅଭିଜ୍ଞତା ଓ ରୋଜଗାର ସୁଯୋଗ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଏହି ପଦକ୍ଷେପ ସୋସିଓ-ଇକୋନୋମିକ୍ ଆଣ୍ଡ ଏଜୁକେସନାଲ୍ ଡେଭେଲପମେଣ୍ଟ ସୋସାଇଟି (ଏସ୍‌ଇଇଡିଏସ୍‌)ର ସହଭାଗିତାରେ କାର୍ଯ୍ୟକାରୀ ହେଉଛି।

ଏହି କାର‌୍ୟ୍ୟକ୍ରମରେ ମୋବାଇଲ୍ ମରାମତି, ସିଲେଇ ମେସିନ୍ ଅପରେସନ୍, ଖାଦ୍ୟ ଓ ପାନୀୟ ସେବା, ବୈଦ୍ୟୁତିକ ମରାମତି ଭଳି ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଉଛି। କେବଳ ବୈଷୟିକ ଜ୍ଞାନ ନୁହେଁ, ପ୍ରଶିକ୍ଷଣ ସମୟରେ ଯୁବପିଢ଼ିଙ୍କ ଆତ୍ମବିଶ୍ୱାସ, ଯୋଗାଯୋଗ ଦକ୍ଷତା ଓ କାର୍ଯ୍ୟସ୍ଥଳୀ ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଏହାର ଲାଭ ପାଇଥିବା ଗୋମତୀ ମହାକୁଲଙ୍କ ଜୀବନରେ ମଧ୍ୟ ଆସିଛି ନୂଆ ପରିବର୍ତ୍ତନ। ପ୍ରଶିକ୍ଷଣ ପରେ ସେ ଭୁବନେଶ୍ୱରର ଶାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡରେ କାର‌୍ୟ୍ୟରତ ଅଛନ୍ତି। ଗୋମତୀଙ୍କ କହିବା ଅନୁସାରେ, ବେଦକ୍ଷତା ମୋତେ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ କରିବା ସହ ଚାକିରି ପାଇବାର ଆତ୍ମବିଶ୍ୱାସ ଦେଇଥିଲା। ପ୍ରଥମ ଚାକିରି ମୋର ଓ ମୋ’ ପରିବାର ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିବା କହିଛନ୍ତି।

ସେହିପରି ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍ ତାଲିମ ଶେଷ କରି ହାଇଦ୍ରାବାଦର ନିଜା ମ୍ୟାନ୍ ପାୱାର ସର୍ଭିସେସ୍‌ରେ ନିଯୁକ୍ତି ପାଇଛନ୍ତି ସଲିମ ଟୁପୁନ। ସେ କହିଛନ୍ତି; ବୈଷୟିକ ବ୍ୟବସାୟ ଶିଖିବା ମୋତେ ମୋର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗ ଦେଇଥିଲା। ପ୍ରାକ୍ଟିକାଲ ଏକ୍ସପୋଜର ଅଭିଜ୍ଞତା ମୋତେ କାର‌୍ୟ୍ୟସ୍ଥଳୀ ପାଇଁ ପ୍ରାସଙ୍ଗିକ ଦକ୍ଷତା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ମୋତେ ନିଜକୁ ସମର୍ଥନ କରିବା ଓ ମୋ ପରିବାରର ଆକାଂକ୍ଷାରେ ଯୋଗଦାନ କରିବାର ଆତ୍ମବିଶ୍ୱାସ ମଧ୍ୟ ଦେଇଥିଲା।

ବେଦକ୍ଷତାର ଆଉ ଏକ ପ୍ରମୁଖ ଦିଗ ହେଉଛି ପ୍ରଶିକ୍ଷକ ଓ ପରାମର୍ଶଦାତାଙ୍କ ସହଯୋଗ। ତାଲିମ ସମୟରେ ସେମାନେ ଯୁବପିଢ଼ିଙ୍କୁ ବୈଷୟିକ ଜ୍ଞାନ ଦେବା ସହ ବୃତ୍ତିଗତ ଆଚରଣ, ଶୃଙ୍ଖଳା ଓ କାର‌୍ୟ୍ୟସ୍ଥଳୀ ସଚେତନତା ଭଳି ଦିଗରେ ମଧ୍ୟ ମାର୍ଗଦର୍ଶନ କରୁଛନ୍ତି।

ବେଦକ୍ଷତା ପ୍ରୋଗ୍ରାମ ମ୍ୟାନେଜର ନାରାୟଣ ଦାସ କହିଛନ୍ତି, ପ୍ରତ୍ୟେକ ବ୍ୟାଚ୍‌ରେ ଭିନ୍ନ ପୃଷ୍ଠଭୂମି ଓ ଆକାଂକ୍ଷା ଥିବା ଯୁବକ-ଯୁବତୀ ଯୋଗ ଦେଉଛନ୍ତି। ତେବେ ନିଜକୁ ଆଗକୁ ନେବାର ଇଚ୍ଛା ସମସ୍ତଙ୍କ ମଧ୍ୟରେ ସମାନ। ପ୍ରଶିକ୍ଷଣ ପରେ ସେମାନେ ନିଜ ଦକ୍ଷତାକୁ ବାସ୍ତବ ଜୀବନରେ ପ୍ରୟୋଗ କରି ରୋଜଗାର ସୁଯୋଗ ହାସଲ କରୁଥିବା ଦେଖିବା ସନ୍ତୋଷଜନକ ବୋଲି ସେ କହିଛନ୍ତି।

ବେଦାନ୍ତ ଆଲୁମିନିୟମର ଏହି ପଦକ୍ଷେପର ପ୍ରଭାବ କେବଳ ଜଣେ ବ୍ୟକ୍ତିଙ୍କ ଚାକିରି ପାଇବାରେ ସୀମିତ ରହୁନାହିଁ। ଜଣେ ଯୁବକ କିମ୍ବା ଯୁବତୀ ଦକ୍ଷତା ହାସଲ କରି ଆତ୍ମନିର୍ଭର ହେବା ପରେ ତାହା ତାଙ୍କ ପରିବାର ସହ ସମ୍ପ୍ରଦାୟର ଅନ୍ୟ ଯୁବକମାନଙ୍କୁ ମଧ୍ୟ ପ୍ରେରଣା ଦେଉଛି।

ଗର୍ଜନଜୋର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସୁନନ୍ଦା କାଲୋ କହିଛନ୍ତି ଯେ, ଅଞ୍ଚଳର ଯୁବବର୍ଗଙ୍କ ଆତ୍ମବିଶ୍ୱାସ ଓ ଆକାଂକ୍ଷାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଧିକ ଯୁବକ ଦକ୍ଷତା ହାସଲ କରି ନିଯୁକ୍ତି ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ସମାନ ସୁଯୋଗ ଖୋଜିବାକୁ ପ୍ରେରିତ କରୁଛନ୍ତି ବୋଲି ସେ କହିଛନ୍ତି।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଓ ଛତିଶଗଡ଼ରେ ଦକ୍ଷତା ବିକାଶ ପଦକ୍ଷେପ ଜରିଆରେ ୧୬ ହଜାରରୁ ଅଧିକ ଯୁବକ-ଯୁବତୀଙ୍କୁ ସଶକ୍ତ କରାଯାଇଛି। ସେମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ତାଲିମ ଦେବା ସହ ସ୍ଥାୟୀ ଜୀବିକା ପାଇଁ ମାର୍ଗ ତିଆରି କରିବାରେ ଏହି ପଦକ୍ଷେପ ସହାୟକ ହୋଇଛି।

କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ଓ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଓଡ଼ିଶା ଓ ଛତିଶଗଡ଼ର ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବେଦକ୍ଷତା ଭଳି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ଦକ୍ଷ କରିବା, ସୁଯୋଗ ସହ ଯୋଡ଼ିବା ଏବଂ ଆତ୍ମନିର୍ଭରତାର ମାର୍ଗ ଦେଖାଇବା ଉଦ୍ୟମ ଜାରି ରହିଛି।