ମାଂସ ଖାଅନି; କଡ଼ରେ ଲାଗିଥିବା ମସଲା ଖାଅ… ଭେଜିଟେରିଆନ ଡାକ୍ତରଙ୍କୁ ଜବରଦସ୍ତ ମାଂସ ଖୁଆଇଲେ ପ୍ଲେନ୍ କର୍ତ୍ତୃପକ୍ଷ, ଚାଲିଗଲା ଜୀବନ
ଫ୍ଲାଇଟ୍ ଆଟେଣ୍ଡାଣ୍ଟ ତାଙ୍କୁ କହିଥିଲେ ମାଂସକୁ ଛାଡ଼ି ତା’ କଡ଼ରେ ଲାଗିଥିବା ଖାଦ୍ୟକୁ ଖାଇଦିଅ । ଯେତେବେଳେ ଅଶୋକ ଅମୀଷ ଖାଇବାକୁ ଚେଷ୍ଟା କଲେ ଠିକ୍ ସେତିକି ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।
ନୂଆଦିଲ୍ଲୀ: କତାର ଏୟାର ୱେ’ରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ୮୫ ବର୍ଷୀୟ ଅବସରପ୍ରାପ୍ତ ହୃଦରୋଗ ବିଶେଷଜ୍ଞଙ୍କର ହାର୍ଟଚୋକରେ ଘଟିଛି ମୃତ୍ୟୁ ।
ଡା. ଅଶୋକ ଜୟୱିରା ନିଜ ୧୫.୫ ଘଣ୍ଟା ବିମାନ ଯାତ୍ରା କରୁଥିବାବେଳେ ସାଦା ଖାଦ୍ୟ ଅର୍ଡର କରିଥିଲେ । ଅଶୋକ ଲସ୍ ଆଞ୍ଜେଲ୍ସରୁ କଲୋମ୍ବୋକୁ ଯାଉଥିଲେ । କିନ୍ତୁ ବିମାନରେ ତାଙ୍କୁ ନନଭେଜ୍ ଖାନ୍ୟ ମିଳିଥିଲା । କ୍ରିୟୁ ମଧ୍ୟ ତାଙ୍କୁ ବାଧ୍ୟ କରିଥିଲେ ସେ ଖାଦ୍ୟ ଖାଇବା ପାଇଁ ।
ଫ୍ଲାଇଟ୍ ଆଟେଣ୍ଡାଣ୍ଟ ତାଙ୍କୁ କହିଥିଲେ ମାଂସକୁ ଛାଡ଼ି ତା’ କଡ଼ରେ ଲାଗିଥିବା ଖାଦ୍ୟକୁ ଖାଇଦିଅ । ଯେତେବେଳେ ଅଶୋକ ଅମୀଷ ଖାଇବାକୁ ଚେଷ୍ଟା କଲେ ଠିକ୍ ସେତିକି ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।
ଏହାପରେ ବିମାନକୁ ସ୍କଟଲାଣ୍ଡ ଇଡେନବର୍ଗକୁ ଡାଇଭର୍ଟ କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଅଗଷ୍ଟ ୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଗଲା । ଫୁସଫୁସରେ ଖାଦ୍ୟ ଫସିବା ଯୋଗୁଁ ତାଙ୍କର ଏ ପ୍ରକାର ଅବସ୍ଥା ହୋଇଥିବା ପରେ ଜଣାପଡ଼ିଛି ।
ଅଶୋକଙ୍କ ପରିବାର ଲୋକ ଏ ନେଇ କତାର ଏୟାର ୱେ’ ବିରୋଧରେ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ସେ ୧୨୮,୮୨୧ ଡଲାର ଦାବି କରିଛନ୍ତି । ଏଥିସହ ଏୟାର ୱେ’ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
