ଥରିଲା ଭେନେଜୁଏଲା; ବ୍ୟାପକ କ୍ଷୟକ୍ଷତି, ସୁନାମୀ ନେଇ ସତର୍କ ସୂଚନା

ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟ୍ ବେଳେ କାରାକାସରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା

ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଯାହାର ତୀବ୍ରତା ୭.୧ ଓ ୭.୫ ମ୍ୟାଗ୍ନିଟ୍ୟୁଚୁଟ୍ ରହିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର କେନ୍ଦ୍ର ମୋଣ୍ଟାଲବାନଠାରୁ ୨୫ କିଲୋମିଟର ଦୂରରେ ରହିଛି। ରାଜଧାନୀ କାରାକାସ ଏହାର ପ୍ରଭାବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି।

ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟ୍ ବେଳେ କାରାକାସରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା। ଅନେକ କୋଠା ଭୁଶୁଡ଼ି ପଡ଼ିଥିଲା। ଲୋକମାନେ ଘରୁ ବାହାରି ରାସ୍ତାକୁ ଚାଲି ଆସିଥିଲେ।
ମାଟିରେ ମିଶିଲା ୨୨ ମହଲା କୋଠା
ମିଡିଆ ରିପୋର୍ଟ ସୂଚିତ କରୁଛି; କାରାକାସର ଆଲଟାମିରା ଜିଲ୍ଲାରେ ଏକ ୨୨ ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଯାଇଛି। ଏହାକୁ ଗତ ୧୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ବିବେଚନା କରାଯାଉଛି। ତେବେ ଏଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନି। ହେଲେ ବହୁତ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

Uttarakhand Govt.

ରିପୋର୍ଟ ଅନୁସାରେ; ପ୍ରଥମ ଅପେକ୍ଷା ଦ୍ୱିତୀୟ ଭୂମିକମ୍ପ ବହୁ ଭୟଙ୍କର ଥିଲା। ଥରିଥିଲା ପୂରା ସହର। ତେବେ ସୁନାମି ନେଇ ପୁଏର୍ଟୋ ରିକୋ ଓ ଭର୍ଜିନ୍ ଦ୍ୱୀପପୁଞ୍ଜରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇ ଦୀପରେ ସମୁଦ୍ରରୁ ଲହରୀ ଆସିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ରହିବା ପାଇଁ ଲୋକଙ୍କୁ ଅପିଲ୍ କରାଯାଇଛି। କାରାକାସର ଚାକାଓ ଜିଲ୍ଲାରେ, ୫୦୦ ରୁ ଅଧିକ ଜରୁରୀକାଳୀନ କର୍ମଚାରୀ ଭଗ୍ନାବଶେଷ ଏବଂ କ୍ଷତିଗ୍ରସ୍ତ କୋଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ଅଛନ୍ତି।

ସ୍ଥାନୀୟ ମେୟର ଗୁସ୍ତାଭୋ ଡୁକ୍ୟୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି; ଏପର‌୍ୟ୍ୟନ୍ତ ଅତି କମରେ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଭିଡିଓରେ ତାଙ୍କ ପଛରେ କ୍ଷତିଗ୍ରସ୍ତ କୋଠା ଦେଖାଯାଇପାରିବ।

ଭେନେଜୁଏଲାର ଗୃହମନ୍ତ୍ରୀ ଡିଓସଡାଡୋ କାବେଲୋ ଘରୁ ବାହାରି ଆସିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଆଗକୁ ଭୂକମ୍ପ ଆସିବାର ସମ୍ଭାବନା ଥିବାରୁ ସେ ଲୋକମାନଙ୍କୁ କୋଠା ଭିତରେ ନରହିବାକୁ ପରାମର୍ଶ ଦେଇଛନ୍ତି।