KKR ନୁହେଁ RCB ଜର୍ସି ପିନ୍ଧିବେ ଭେଙ୍କଟେସ୍; ୧୬କୋଟି କମ ଦେଇ କିଣିଲା RCB, ଗତବର୍ଷ ୨୩ କୋଟିରେ କିଣିଥିଲା ଟିମ୍…
ମାତ୍ର ୭ କୋଟିରେ କିଣିନେଲା ବିରାଟଙ୍କ ଦଳ...
IPL 2026 Auction : ଗତବର୍ଷ ଭାରତୀୟ ଅଲରାଉଣ୍ଡର ଭେଙ୍କଟେସ ଆୟରଙ୍କୁ ୨୩ କୋଟି ୭୫ ଲକ୍ଷ ଦେଇ କିଣିଥିଲା ମାତ୍ର ଚଳିତ ବର୍ଷ ତାଙ୍କୁ ମାତ୍ର ୭ କୋଟିରେ କିଣିଛି RCB।
ଏଥର ନିଲାମି ନେଇ ସବୁ କଳ୍ପଣା ଜଳ୍ପନା ଓଲଟା ପ୍ରତିଫଳିତ ହୋଇଛି। ଯେଉଁ ଖେଳାଳିଙ୍କୁ ଗତବର୍ଷା ୨୦ କୋଟିରୁ ଅଦିକ ଦେଇ କିଣିଥିଲା କୋଲକାତା ଚଳିତ ବର୍ଷ ତାଙ୍କୁ ମାତ୍ର ୭ କୋଟିରେ କିଣିଛି RCB। ଏପରିକି ଅନେକ ବିସ୍ଫୋରକ ବ୍ଯାଟ୍ସମ୍ଯାନ ମଧ୍ୟ ଏବେ ବି ଅନସୋଲ୍ଡ ରହିଛନ୍ତି।
କ୍ଯାମେରନ ଗ୍ରୀନ ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ ବିକ୍ରି ହୋଇଥିଲେ ମଧ୍ୟ ସେ ଗତବର୍ଷର ରେକର୍ଡକୁ କାଟି ପାରି ନାହାନ୍ତି, ଗତବର୍ଷ ରିଷଭ ପନ୍ଥଙ୍କୁ ସର୍ବାଧିକ ୨୭ କୋଟି ଦେଇ ଲକ୍ଷ୍ନୋ ଦଳ କିଣିଥିଲା।
ଶ୍ରୀଲଙ୍କାର ଦ୍ରୁତ ବୋଲର ପାଥିରାନାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୮ କୋଟି ରେ କିଣିଛି, ଯାହା ତାଙ୍କୁ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା ଖେଳାଳି କରିଥିଲା। ଏହି ସମୟରେ, ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଆନରିଚ୍ ନର୍ଟଜେଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ତାଙ୍କ ମୂଳ ମୂଲ୍ୟ ୨ କୋଟିରେ ନେଇଥିଲେ।
ଆୟରଙ୍କୁ RCB କିଣିଛି। KKR ନ୍ୟୁଜିଲାଣ୍ଡର ଫିନ୍ ଆଲେନଙ୍କୁ ୨ କୋଟି ଟଙ୍କାରେ କିଣିଛି, ଅନ୍ଯପଟେ ମୁମ୍ବାଇ ଇଣ୍ଡିଆନ୍ସ କ୍ୱିଣ୍ଟନ୍ ଡି କକଙ୍କୁ ମାତ୍ର ୧ କୋଟି ଟଙ୍କାରେ କିଣିଛି।
IPL ପାଇଁ ନିଲାମୀ ପ୍ରକ୍ରିଆ ଆଜି ଠାରୁ ଆରମ୍ଭ ହୋଇ ସାରିଛି। ଏଥିରେ ଅନେକ ଖେଳାଳିଙ୍କୁ କୋଟି କୋଟି ଟଙ୍କା ଦେଇ କିଣାଯାଇଥିବା ବେଳେ କିଛି ଖେଳାଳି ଏବେ ବି ଅନସୋଲ୍ଡ ରହିଛନ୍ତି।
ଏକାଧିକ ଖେଳାଳି ଅନସୋଲ୍ଡ ରହିଲେ:
ପ୍ରଥମ ରାଉଣ୍ଡରେ ସରଫରାଜ ଖାନଙ୍କୁ କୌଣସି ଦଳ କିଣି ନଥିଲେ। ତାଙ୍କର ବେସ ପ୍ରାଇଜ ୭୫ ଲକ୍ଷ ଥିଲା। ମାତ୍ର ତାଙ୍କୁ କୌଣସି ଦଳ ନ କିଣିବାରୁ ସେ ଅନସୋଲ୍ଡ ରହିଲେ।
ଅନ୍ୟପଟେ ଯଦି ଦେଖିବା କ୍ୟାମରନ ଗ୍ରୀନଙ୍କୁ କୋଲକାତା ନାଇଟ ରାଇଡର୍ସ ୨୫ କୋଟି ୨୦ ଲକ୍ଷ ଦେଇ କିଣିଛି। ତାଙ୍କର ବେସ ପ୍ରାଇଜ ୨ କୋଟିରୁ ଆରମ୍ଭ ହୋଇ ୨୫ କୋଟିରେ ପହଞ୍ଚିଥିଲା। ବର୍ତ୍ତମାନ ସେ IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବେ ରେକର୍ଡ କରିଛନ୍ତି।
ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଜେକ୍ ଫ୍ରେଜର-ମ୍ୟାକଗର୍କ ଏବଂ ଇଂଲଣ୍ଡର ଅଲରାଉଣ୍ଡର ଗସ୍ ଆଟକିନସନ ମଧ୍ୟ ପ୍ରଥମ ରାଉଣ୍ଡରେ ବିକ୍ରୟ ହୋଇନଥିଲେ, ଉଭୟଙ୍କ ମୂଳ ମୂଲ୍ୟ ୨ କୋଟି ଥିଲା। ଏହାଛଡା ଏକାଧିକ ଖେଳାଳି ଏବେ ବି ଅନସୋଲ୍ଡ ରହିଛନ୍ତି, ସେମାନେ ହେଉଛନ୍ତି-
ଜେକେ ଫ୍ରେଜର ମ୍ୟାକଗର୍କ
ପୃଥ୍ବୀ ଶ
ଡିଭନ୍ କନୱେ
ସରଫରାଜ ଖାନ
ଗୁସ୍ ଆଟକିନ୍ସନ୍
ରାଚିନ୍ ରବିନ୍ଦ୍
ଲିଆମ୍ ଲିଭିଙ୍ଗଷ୍ଟୋନ୍
ୱିଆନ୍ ମଲଡର୍
ଶ୍ରୀକର ଭରତ
ଜନି ବେୟାରଷ୍ଟୋ
ରହମୁଲ୍ଲା ଗୁରୁବାଜ
ଜାମି ସ୍ମିଥ୍
ଦୀପକ ହୁଡା
