fbpx

ବହୁମୁଖୀ ପ୍ରତିଭାର ଅଧିକାରୀ କମଲ ହସନ, ଆଜିବି ରହିଛନ୍ତି ଲୋକପ୍ରିୟ…

ଆଜିକା ସମୟରେ ଅଲ୍ଲୁ ଅର୍ଜୁନ, ୟଶ, ପ୍ରଭାସଙ୍କ ଭଳି ଷ୍ଟାରଙ୍କୁ ପୂରା ଭାରତର ଲୋକେ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ପ୍ରତିଭାଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ଆଜିବି ପୂରା ଦେଶରେ ଦର୍ଶକଙ୍କ ମନରେ ଲୋକପ୍ରିୟ ହୋଇରହିଛନ୍ତି ।

କମଲ ହସନ, ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ, ପୂରା ଦେଶରେ ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । କମଲ ହସନ ଜଣେ ଏଭଳି ଅଭିନେତା ଯାହାଙ୍କୁ ଆପଣ କେବେବି ଗୋଟିଏ ପ୍ରକାର ରୋଲରେ ଦେଖିନଥିବେ । ସେ ଅଭିନୟରେ ପାଦ ଦେବା ପରଠାରୁ ସବୁ ଚରିତ୍ରକୁ ଅତି ନିଖୁଣ ଭାବରେ ପ୍ରତିପାଦିତ କରିଥିଲେ । ସେ ଏଭଳି ଭାବରେ ଅଭିନୟ କରିଥାନ୍ତି ଯେପରି ତାଙ୍କର ସେହି ଚରିତ୍ର ଅଭିନ୍ନ ଅଙ୍ଗ । ଏପର୍ଯ୍ୟନ୍ତ ସେ ଅନେକ ଶ୍ରେଷ୍ଠ ଫିଲ୍ମରେ କାମ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଆପଣ କମଲ ହସନଙ୍କ ସେହି ୭ ଫିଲ୍ମ ବିଷୟରେ ଯିଏକି ଭାରତବାସୀଙ୍କ ହୃଦୟରେ ଭାରତବାସୀଙ୍କ ନିଜର ଏକ ଛାପ ଛାଡ଼ିଯାଇଛନ୍ତି ।

୧. “ଏକ ଦୁଜେ କେ ଲିୟେ’

ଏହି ଫିଲ୍ମ ମାଧ୍ୟମରେ କମଲ ହସନ ବଲିଉଡରେ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ତାଙ୍କ ଅପୋଜିଟରେ ରତି ଅଗ୍ନିହୋତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା । ଆଉ ବଲିଉଡରେ ମଧ୍ୟ କମଲ ହସନ ରାତା-ରାତି ସୁପରଷ୍ଟାର ପାଲଟିଯାଇଥିଲେ । ଏହି ଫିଲ୍ମର କାହାଣୀ ଜଣେ ସାଉଥ ଇଣ୍ଡିଆନ ଯୁବକଙ୍କ ଉପରେ ଆଧାରିତ ଯିଏକି ଜଣେ ନର୍ଥ ଇଣ୍ଡିଆନ ଯୁବତୀଙ୍କ ପ୍ରେମରେ ପଡ଼ିଯାଉଛନ୍ତି । ଏହି ଫିଲ୍ମରେ ତାଙ୍କର ହିନ୍ଦି କହିବାର ତରିକାକୁ ନେଇ ମେକର୍ସ ଭାବିଥିଲେ ଯେ ଏହା ଫ୍ଲପ୍ ହୋଇପାରେ କିନ୍ତୁ ଏହାହିଁ ଚରିତ୍ରକୁ ଲୋକଙ୍କ ସହ ଯୋଡ଼ିଥିଲା ।

୨. “ସନମ ତେରୀ କସମ’

କମଲ ହସନ ଅଭିନେତ୍ରୀ ରୀନା ରଏଙ୍କ ସହ କରିଥିବା ଦ୍ୱିତୀୟ ଫିଲ୍ମ “ସନମ ତେରୀ କସମ’ ଫିଲ୍ମ ମଧ୍ୟ ସୁପରହିଟ୍ ହୋଇଥିଲା । ଫିଲ୍ମରେ ଅନେକ ମନଛୁଆଁ ଗୀତ ରହିଥିଲା ଯେଉଁଥିରେ “କିତନେ ଭି ତୁ କର ଲେ ସିତମ’ ଏବଂ “ନିଶା’ ସାମିଲ ରହିଛି । ଏହି ଫିଲ୍ମରେ ଜଣେ ଧନୀ ବ୍ୟକ୍ତିଙ୍କ ନିଜ ଅତୀତ ସହ ସାମ୍ନା କରୁଛି ତାହା ଦର୍ଶାଯାଇଛି । ଫିଲ୍ମରେ କମଲ ହସନଙ୍କ ଅଭିନୟ ଦେଖି ଦର୍ଶକ ବହୁତ ପସନ୍ଦ କରିଥିଲେ ।

୩. “ସଦମା’

ଆଜିବି ଆପଣ ଯଦି ୧୯୮୩ ରେ ନିର୍ମିତ ଏହି ଫିଲ୍ମକୁ ଦେଖିବେ ତେବେ ଆପଣଙ୍କୁ ନିଶ୍ଚୟ କାନ୍ଦିବେ । ଏହି ଫିଲ୍ମ ତାମିଲ ଫିଲ୍ମ “ମୁନ୍ଦମ ପିରାଇ’ର ହିନ୍ଦି ରିମେକ୍ ଥିଲା, ଯେଉଁଥିରେ କମଲ ହସନ ଏବଂ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ରହିଥିଲେ । ଏହାର ଓରିଜିନାଲ ଫିଲ୍ମରେ କମଲ ହସନଙ୍କୁ “ନାସନାଲ ପୁରସ୍କାର’ ମଧ୍ୟ ମିଳିଥିଲା । ଫିଲ୍ମରେ ଜଣେ ବ୍ୟକ୍ତି ଏବଂ ମାନସିକ ବିକୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦେଖାଯାଇଛି । ଫିଲ୍ମରେ ଜଣେ ବ୍ୟକ୍ତି ଯୁବତୀଙ୍କୁ ବେଶ୍ୟାଳୟରୁ ବାହାରକୁ ଆଣୁଛନ୍ତି । କିନ୍ତୁ ମୁଣ୍ଡରେ ଆଘାତ ଯୋଗୁଁ ଯୁବତୀ ୬ ବର୍ଷର ଶିଶୁ ପରି ବ୍ୟବହାର କରୁଛି  । ଆଉ କିପରି ତାଙ୍କର ସ୍ମୃତି ଶକ୍ତି ଫେରୁଛି ଆଉ ସେମାନଙ୍କପ୍ରେମକାହାଣୀ କିପରି ଆଗକୁ ବଢ଼ୁଛି ତାହା ଆପଣ ଫିଲ୍ମ ଦେଖିଲେ ହିଁ ଜାଣିପାରିବେ ।

୪. “ସାଗର’

୧୯୮୫ ରେ ଆସିଥିବା ଋଷି କପୁର ଏବଂ ଡିମ୍ପଲ କପାଡ଼ିଆ ଏବଂ କମଲ ହସନଙ୍କ ଅଭିନୀତ ରୋମାଣ୍ଟିକ-ଡ୍ରାମା ଫିଲ୍ମ ସୁପରହିଟ୍ ହୋଇଥିଲା । ଏଥିପାଇଁ କମଲଙ୍କୁ “ବେଷ୍ଟ ଆକ୍ଟର’ର ଫିଲ୍ମଫେୟାର ଆୱାର୍ଡ ମିଳିଥିଲା । ଫିଲ୍ମରେ ଜଣେ ଯୁବତୀଙ୍କୁ ପ୍ରେମରେ ପଡ଼ୁଛନ୍ତି ଦୁଇ ଯୁବକ । ଆଉ ଏହାକୁ ନେଇ ଫିଲ୍ମ ଗତିଶୀଳ ।

୫. ଅପ୍ପୁ ରାଜା

ଏହି ଫିଲ୍ମରେ କମଲ ହସନ “ଅପ୍ପୁ’ ର ଚରିତ୍ର ନିଭାଇଛନ୍ତି । ଫିଲ୍ମରେ ଜଣେ ନିଷ୍ଠାପର ପୋଲିସ ଅଫିସରଙ୍କୁ ଏକ କ୍ରିମିନାଲ ଗ୍ୟାଙ୍ଗକୁ ଟାର୍ଗେଟ କରିବାର ବହୁତ ବଡ଼ ଅସୁବିଧା ଉଠାଇବାକୁ ପଡ଼ିଛି । ଗ୍ୟାଙ୍ଗର ଲୋକମାନେ ତାଙ୍କ ପତ୍ନୀଙ୍କୁ ମାରିବା ବିଷ ଦେଉଛନ୍ତି । କିନ୍ତୁ ସେ କୌଣସିମତେ ଯାଆଁଳା ପିଲା(ଅପ୍ପୁ-ରାଜା)ଙ୍କୁ ଜନ୍ମ ଦେଉଛନ୍ତି ଯେଉଁମାନେ ପିଲାଦିନେ ଅଲଗା ହୋଇଯାଉଛନ୍ତି ଏବଂ ପରେ ଅପ୍ପୁଙ୍କୁ ତାଙ୍କ ପିତାଙ୍କ ହତ୍ୟାକାରୀ ବିଷୟରେ ଜଣାପଡ଼ୁଛି ଏବଂ ସେ ବଦଲା ନେବାକୁ ଯୋଜନା କରୁଛନ୍ତି । ଫିଲ୍ମରେ କମଲ ହସନଙ୍କ ଅଭିନୟ ଦେଖିବା ଭଳି ।

୬. “ହିନ୍ଦୁସ୍ତାନୀ’

ଏହି ଫିଲ୍ମ ପାଇଁ କମଲ ହସନଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଛି । ଏଥିରେ ମନୀଷା କୋଇରାଲା ଏବଂ ଉର୍ମିଲା ମାତୋଣ୍ଡକରଙ୍କ ସହ କମଲ ହସନ ଡବଲ ରୋଲ ନିଭାଇଛନ୍ତି । ଫିଲ୍ମ ବ୍ରିଟିଶ ରାଜ୍ ସମୟରେ ସେନାପତି ନାମକ ଜଣେ ବ୍ୟକ୍ତି ବ୍ରିଟିଶ୍ ରାଜ ବିରୋଧରେ ହିଂସକ ଉପାୟରେ ପ୍ରତିଶୋଧ ନେବାପାଇଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ନେଇ ଗତିଶୀଳ ।

୭. “ଚାଚୀ ୪୨୦’

ଏହି ଫିଲ୍ମ ପାଇଁ କମଲ ହସନଙ୍କ ଯେତେ ପ୍ରଶଂସା କରିବା ସେତେ କମ୍ ପଡ଼ିବ । ହୁଏତ ଏମିତି କେହି ଏମିତି ଥିବେ ଯିଏକି ଏହି ଫିଲ୍ମକୁ ଦେଖିନଥିବେ । ଏହା ତାଙ୍କର ନିଜ ଫିଲ୍ମ “ଅବ୍ୱଇ ଶନମୁଧୀ’ର ହିନ୍ଦି ରିମେକ୍ ଥିଲା । ଏଥିରେ ତାଙ୍କ ସହ ତବୁ, ଅମରୀଶ ପୁରୀ ଏବଂ ଓମ ପୁରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର କାହାଣୀ ଏକ ଛାଡ଼ପତ୍ର ପାଇଥିବା ଯୁବକ, ଯିଏକି ପତ୍ନୀଙ୍କ ପାଖରେ ଝିଅକୁ ଭେଟିବା ପାଇଁ ଘରର ଚାକରାଣୀ ଭାବରେ ଯାଉଛନ୍ତି । କିନ୍ତୁ ମଜା ସେତେବେଳେ ଆସୁଛି ଯେତେବେଳେ ଝିଅର ଜେଜେବାପା ଚାକରାଣୀର ପ୍ରେମରେ ପଡ଼ିଯାଉଛନ୍ତି ।

 

Get real time updates directly on you device, subscribe now.