fbpx

ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ବିବାହ କରିବାକୁ ଚାହାନ୍ତି ପୀଡ଼ିତା, ଏମିତି ଆଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ୟାତନା ଦେଇଥିବା ଅଭିଯୁକ୍ତ ପୂର୍ବ ପାଦରୀଙ୍କୁ ବିବାହ କରିବା ପାଇଁ କେରଳ ବଳାତ୍କାର ପୀଡିତାଙ୍କ ଆବେଦନକୁ ଖାରଜ କରିଛି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି ବଳାତ୍କାର ପୀଡିତାଙ୍କୁ ବିବାହ ପାଇଁ ଜାମିନ ମାଗିଥିବା ପୂର୍ବ ପାଦରୀଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ଦେଇନାହିଁ । ଓଲଟି ଏହାକୁ ବିରୋଧ କରିଛି । ତେବେ ଅଭିଯୁକ୍ତ ପାଦରୀ ୨୦ ବର୍ଷ ଜେଲ୍ ସଜ୍ଜା କାଟିବାକୁ କୋର୍ଟ ଶୁଣାଣି କରିଛି ।

ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହେବାବେଳେ ସେ ନାବାଳିକା ଥିଲେ । ଏବେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ପାଦରୀକୁ ଜାମିନ୍ ଦେବା ପାଇଁ ସେ ଅନୁରୋଧ କୋର୍ଟରେ ଅନୁରୋଧ କରିଥିଲେ । ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ବଳାତ୍କାର ସମୟରେ ପୀଡିତା ନାବାଳିକା ଥିଲେ ତେଣୁ ବୋଲି ଟ୍ରାଏଲ କୋର୍ଟର ଅନୁସନ୍ଧାନ ବର୍ତ୍ତମାନ ପ୍ରଯୁଜ୍ୟ ଏବଂ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ଆବେଦନ ଏପର୍ୟ୍ୟନ୍ତ ବିଚାରାଧୀନ ଅଛି। ହାଇକୋର୍ଟ କହିଛନ୍ତି ଯେ ଯଦି ନିମ୍ନ ଅଦାଲତର ନିଷ୍ପତ୍ତି ପାଳନ କରାଯାଏ ତେବେ ଦୁଇ ପକ୍ଷଙ୍କୁ ବିବାହ କରିବାକୁ ଅନୁମତି ଦେବା ହିଁ ଏହି ବିବାହକୁ ନ୍ୟାୟିକ ମଞ୍ଜୁର ଦେବା ସହିତ ସମାନ ହେବ।

 

Get real time updates directly on you device, subscribe now.