fbpx

Video: ନାକରୁ ବାହାରୁଥିଲା ରକ୍ତ, ତଥାପି ଫିଲ୍ଡିଂ ସେଟ୍ କରୁଥିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ରବିବାର ଗୁଆହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୨-୦ରେ ସିରିଜକୁ ଆଗୁ ଜିତି ନେଇଛି।ଗୁଆହାଟୀରେ ମ୍ୟାଚ୍ ସମୟରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ମ୍ୟାଚ୍ ମଝିରେ କିଛି ଏପରି ଘଟିଥିଲା ଯେ, ପ୍ରସଂସକମାନେ ଚିନ୍ତାରେ ବୁଡ଼ି ଯାଇଥିଲେ।

ତେବେ ପ୍ରକୃତ କଥା ହେଉଛି ଯେତେବେଳେ ଭାରତ ଫିଲ୍ଡିଂ କରୁଥିଲା, ସେହି ସମୟରେ ରୋହିତ ଶର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଫିଲ୍ଡିଂ କରୁଥିବା ସମୟରେ ରୋହିତ ଶର୍ମାଙ୍କ ନାକରୁ ରକ୍ତ ବାହାରିବାରେ ଲାଗିଥିଲା, ଏହାପରେ ରୋହିତ ପଡ଼ିଆ ଛାଡ଼ି ପ୍ୟାଭିଲିୟନକୁ ଚାଲିଯାଇଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଯେତେବେଳେ ରୋହିତଙ୍କ ନାକରୁ ରକ୍ତ ବାହାରୁଥିଲା ସେ ସମୟରେ ମଧ୍ୟ ରୋହିତ କ୍ଷେତ୍ର ସଜାରେ ବ୍ୟସ୍ତ ଥିଲେ।

ଗୁଆହାଟୀରେ ମ୍ୟାଚ୍ ଚାଲୁଥିବା ସମୟରେ ପ୍ରବଳ ପବନ ସାଙ୍ଗକୁ ବହୁତ୍ ଥଣ୍ଡା ମଧ୍ୟ ଲାଗୁଥିଲା। ଫିଲ୍ଡିଂ ସମୟରେ ଲଗାତାର ରୋହିତଙ୍କ ନାକରୁ ରକ୍ତ ବାହାରୁଥିଲା। ଏହାପରେ ଦିନେଶ କାର୍ତ୍ତକ ତାଙ୍କ ପାଖକୁ ଆସି ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କନାକରୁ ରକ୍ତ ବହିବା ବନ୍ଦ ହେଉ ନଥିଲା। ଏଭଳି ସ୍ଥିତିରେ ତାଙ୍କୁ ପଡ଼ିଆ ଚାଡ଼ି ବାହାରକୁ ଯିବାକୁ ପଡିଥିଲା। କିନ୍ତୁ ରୋହିତ ପଡ଼ିଆ ଛାଡ଼ିବା ପୁର୍ବରୁ ପଡ଼ିଆ ସଜାଡ଼ିବା ସହ ବୋଲରଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଥିଲା। ରୋହିତ ବାହାରକୁ ଯିବା ପରେ କେଏଲ୍ ରାହୁଲ ଟିମ୍ ର ନେତୃତ୍ୱ ନେଇଥିଲେ। ତେବେ କିଛି ସମୟ ପରେ ରୋହିତ ପଡ଼ିଆକୁ ଫେରି ଆସିଥିଲେ। ଏହା ପୁର୍ବରୁ ବ୍ୟାଟିଂ କରୁଥିବା ସମୟରେ ମଧ୍ୟ ରୋହିତଙ୍କ ହାତରେ ବଲ୍ ବାଜିଥିଲା। ଏହାପରେ ରୋହିତ ଖୁବ୍ ଯନ୍ତ୍ରଣା ଅନୁଭବ କରିବାରୁ ପଡ଼ିଆରେ ତାଙ୍କର ତାଙ୍କର ଚିକିତ୍ସା କରାଯାଇଥିଲା ଓ ଏହାପରେ ସେ ବ୍ୟାଟିଂ କରିଥିଲେ।

 

Get real time updates directly on you device, subscribe now.