fbpx

Video: ଦୃଷ୍ଟିହୀନ ଯୁବକକୁ ସ୍ୱଇଚ୍ଛାରେ ସ୍ବାମୀ ଭାବେ ବରଣ କଲେ ଦିନ ମଜୁରିଆ ଝିଅ ଲକ୍ଷ୍ମୀ

ଭଞ୍ଜନଗର: ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ଙ୍କ ହାତଗଣ୍ଠି ପଡ଼ିଲା । ନବଦମ୍ପତ୍ତି ଙ୍କ ମୁହଁରେ ହସ ଫୁଟିଉଠୁଥିଲା । ଜଣେ ସବୁ ଦେଖୁଥିଲା , ଆଉଜଣେ ନୀରବରେ ଶୁଣୁଥିଲା । କାରଣ ବର ଜଣକ ଥିଲା , ଦୃଷ୍ଟିହୀନ ଯୁବକ । ସବୁ ଜାଣି ମଧ୍ୟ , କନ୍ୟା ଜଣକ ସ୍ବଇଛାରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲା । ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଉଥିଲା । ଯୁବତୀଙ୍କ ଏଭଳି ଉତ୍ସକୃର୍ଗୀକୃତ ମନୋଭାବକୁ ଧନ୍ୟବାଦ ଜଣାଉଥିଲେ ସମସ୍ତେ । ଏହା ହେଉଛି ଗଂଜାମ ଜିଲ୍ଲା ର ଦୋମୁହାଣି ଗାଁ ରେ ଦେଖିବାକୁ ମିଳିଥିଲା ଏଭଳି ଏକ ନିଆରା ବାହାଘର।

ଦୋମୁହାଣି ଗାଁ ର ମିଟୁ ଗୈାଡ । ଜନ୍ମରୁ ଦୃଷ୍ଟିହୀନ । ଉଭୟ ବାପା ଓ ମା’ ମୃତ । ବର୍ତମାନ ବଡ଼ଭାଇ ଭାଉଜଙ୍କ ଭରଷାରେ ଦିନ ବିତାଉଛନ୍ତି । ନିଜେ ସ୍ବାବଲମ୍ବୀ ହେବାକୁ ଇଛା କରି , ଘର ଆଗରେ ଛୋଟିଆ ବ୍ୟବସାୟ ଟିଏ କରିଛନ୍ତି । ଭଲ ଗୀତ ମଧ୍ୟ ଗାଆନ୍ତି ମିଟୁ । ଏପରିକି ସଂଗୀତ ଶିକ୍ଷା ମଧ୍ୟ କରନ୍ତି । ଏଭଳି ସମୟରେ ପାଖ ଗାଁ ରାଇଗୋଛା ଗାଁର ଜଣେ ସମ୍ପର୍କୀୟଙ୍କ ଝିଅ ଲକ୍ଷ୍ମୀ ଗୈାଡଙ୍କ ବିଷୟରେ ଜାଣିବା ପରେ , ନିଜେ ଯାଇ ଲକ୍ଷ୍ମୀକୁ ବିବାହ ପ୍ରସ୍ତାବ ଦେଇଥିଲେ ।

ଲକ୍ଷ୍ମୀ ଗୈାଡ ଗରୀବ ପରିବାରର ଝିଅ , କିନ୍ତୁ ସେ ସକ୍ଷମ । ଶ୍ରମିକ ଭାବେ କାମ କରି ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି । ମିଟୁ ଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ , ସେ ରାଜି ହୋଇଗଲେ । ଯାହାକୁ ସ୍ବାମୀ ଭାବେ ଗ୍ରହଣ କରିବେ , ସେ କିଛି ଦେଖିନପାରିଲେ ମଧ୍ୟ ନିଜ ଆଖି ହିଁ ତାଙ୍କପାଇଁ ଭରଷା ହେବ ବୋଲି ବିଚାର କରି , ବିବାହ କରିବାକୁ ନିଷ୍ପତ୍ତି ନେଲେ ଲକ୍ଷ୍ମୀ । ଯାହା ଆଜିର , ଝିଅ ମାନଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛି । ଜଣେ ସକ୍ଷମ ଝିଅ ହୋଇ ମଧ୍ୟ, ଆଉଜଣେ ଜଣେ ଦୃଷ୍ଟିହୀନ ଯୁବକଙ୍କୁ ବିବାହ କରିବାର ନିଷ୍ପତି ନେଇଥିବାରୁ , ଲକ୍ଷ୍ମୀ ଙ୍କୁ ଏବେ ସବୁଠି ପ୍ରଶଂସା । ମିଟୁଙ୍କ ବଡ଼ଭାଇ ଏବଂ ଦୋମୁହାଣି ଗ୍ରାମବାସୀ ମିଶି , ଉଭୟଙ୍କ ବାହାଘର ର ଆୟୋଜନ ଏବଂ ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

Get real time updates directly on you device, subscribe now.