fbpx

କାଳିଆ ପ୍ରେମରେ ବିଦେଶିନୀ, ହାତରେ ଝାଡୁ ଧରି ବଡ ଦାଣ୍ଡ ଓଳେଇବାରେ ବ୍ୟସ୍ତ

ପୁରୀ(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ରାତି ପାହିଲେ ରଥଯାତ୍ରା। ବଡ଼ଦାଣ୍ଡରେ ହେବ ଭକ୍ତ ଆଉ ଭଗବାନଙ୍କର ମିଳନ। ରଥ ଉପରେ କାଳିଆର ଦର୍ଶନ ପାଇଁ କାହିଁ କେତେଦୁରୁ ଛୁଟି ଆସିଲେଣି ଭକ୍ତ ସବୁ। ସେହିପରି ଭାବର ଠାକୁର ପ୍ରେମରେ ଶ୍ରୀକ୍ଷେତ୍ର ପୁରୀକୁ ଧାଇଁ ଆସିଛନ୍ତି ବିଦେଶିନୀ। ଆଉ କାଲି କାଳିଆ ଆସିବ ବୋଲି ଆଜି ହାତରେ ଝାଡୁ ଧରି ବଡ ଦାଣ୍ଡ ଓଳେଇବାରେ ବ୍ୟସ୍ତ ଅଛନ୍ତି।

ଭକ୍ତଙ୍କୁ ଭେଟିବାକୁ ଯେଉଁ ଠାକୁର ମନ୍ଦିର ବାହାରକୁ ଆସିବ ତା ରଥ କେମିତି ସ୍ୱଚ୍ଛ ଆଉ ନିର୍ମଳ ରାସ୍ତାରେ ଗଡ଼ିବ ସେଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ସଫା କରିବାରେ ଲାଗି ପଡିଛନ୍ତି ବିଦେଶୀନି ଭକ୍ତମାନେ। ରୁଷିଆ ଆସିଥିବା ଯୁବତୀ କଣ୍ଠରେ ଜୟ ଜଗନ୍ନାଥର ନାରା ପକାଇବା ସହ ବଡ଼ଦାଣ୍ଡରେ ସଂକିର୍ତନ କରି କୃଷ୍ଣଲୀଳା ପ୍ରଚାର କରୁଛନ୍ତି। ରଥଯାତ୍ରା ଅବସରରେ କୃଷ୍ଣଲୀଳାର ପ୍ରଚାର ପ୍ରସାର ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ବିଦେଶିନୀ। କୃଷ୍ଣଙ୍କ ଲୀଳା ସମ୍ପର୍କିତ ବହି ବିକ୍ରି କରିବା ସହ ପ୍ରେମ ଓ ଶାନ୍ତିର ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି।

Get real time updates directly on you device, subscribe now.