fbpx

ଭିଡିଓ ଗେମ ଆଣୁଛି ଦୃଷ୍ଟିଶକ୍ତିରେ ଉନ୍ନତି ! ବୈଜ୍ଞାନିକ କଲେ ଅଜବ ଯୁକ୍ତି

ମନୋରଞ୍ଜନ ପାଇଁ ବିଜ୍ଞାନର ଅବଦାନ ଅନେକ ରହିଛି । ଏଥି ସହିତ ମୋବାଇଲ୍ ଫୋନ୍ ଆସିଲା ପରଠୁଁ ମନୋରଞ୍ଜନର ପରିସର ଆହୁରି ବ୍ୟାପକ ହୋଇଯାଇଛି । ବିଶେଷ କରି ବିଭିନ୍ନ ପ୍ରକାର ଭିଡିଓ ଗେମ୍ ହିଁ ତାହାକୁ ପରିପୁଷ୍ଟ କରିଛି । ଜଣେ କଳ୍ପନା କରିପାରୁନଥିବା ସ୍ୱପ୍ନ ରାଇଜରେ ବିଚରଣଠାରୁ ଆରମ୍ଭ କରି ବିଭିନ୍ନ ଦୁଃସାହସିକ କୌଶଳରେ ଖୁନ୍ଦି ହୋଇ ରହିଥିବା ଏହି ସବୁ ଭିଡିଓ ଖେଳ ଆବାଳବୃଦ୍ଧବନିତା ନିର୍ବିଶେଷରେ ସମସ୍ତଙ୍କୁ ନିଶାଗ୍ରସ୍ତ କରିପକାଉଛି ।

ତେବେ ଏହି ଖେଳଗୁଡ଼ିକ ଆଉ କେବଳ ଆମୋଦପ୍ରମୋଦରେ ସୀମିତ ହୋଇ ରହିନାହିଁ । ଜାପାନର ତୋହୋକୁ ବିଶ୍ୱବିଦ୍ୟାଳୟର ଭେଷଜ ବିଭାଗ ବୈଜ୍ଞାନିକମାନେ ଟେଲିଭିଜନ୍ କମ୍ପାନି ସେଣ୍ଡାଇ ବ୍ରଡ୍କାଷ୍ଟିଂ କୋ. ଲିଃ. ସହ ମିଶି ଏକ ପ୍ରକାର ସ୍ୱତନ୍ତ୍ର ଭିଡିଓ ଖେଳର ବିକାଶ କରିଛନ୍ତି ଯାହା ଜଣକର ଦୃଷ୍ଟିଶକ୍ତିରେ ଉନ୍ନତି ଆଣିବ ବୋଲି ସେମାନେ ଦାବି କରିଛନ୍ତି । ଅନ୍ତରୀକ୍ଷ ଲଢ଼େଇ ଉପରେ ପର୍ଯ୍ୟବସିତ ‘ମିଟିଅର ବ୍ଲାଷ୍ଟର’ ନାମକ ଏହି ଭିଡିଓ ଖେଳ, ଅନ୍ଧାରକଣାର ପୂର୍ବାବସ୍ଥା ଭାବେ ଜଣାଶୁଣା ‘ଗ୍ଲୁକୋମା’ ପରି ଦୃଷ୍ଟି ଦୁର୍ବଳତାକୁ ଦୂର କରି ପାରିବ ବୋଲି କୁହାଯାଇଛି ।

ପ୍ରକୃତରେ ଏହା ଚକ୍ଷୁର ଜୈବ ଯବକାଚରେ କୌଣସି ପରିବର୍ତ୍ତନ ଆଣି ଦୃଷ୍ଟିଶକ୍ତି ଫେରାଉନାହିଁ, ବରଂ ମାତ୍ର ପାଞ୍ଚ ମିନିଟ୍ ଏହାକୁ ଖେଳିବା ଦ୍ୱାରା ଗ୍ଲୁକୋମା ହେବାର ଲକ୍ଷଣଗୁଡ଼ିକ ଆଗୁଆ ଠଉରେଇ ହୋଇପାରୁଛି । ତେଣୁ ତଦନୁସାରେ ଚିକିତ୍ସା କରାଇ ଦୃଷ୍ଟିଶକ୍ତି ହରାଇବା ଅବସ୍ଥାକୁ ଟାଳି ଦିଆଯାଇପାରୁଛି । ସୁତରାଂ ପରୋକ୍ଷରେ ଏହା ଦୃଷ୍ଟିଶକ୍ତି ଜନିତ ଗୁରୁତର ସମସ୍ୟାକୁ ଦୂର କରିପାରୁଛି ।

Get real time updates directly on you device, subscribe now.