fbpx

(Video) ଅଫିସ ଚାମ୍ବର ପାଲଟିଲା ବାର, ନିଶାରେ ଚୂର ହେଲେ ଅଧିକାରୀ

ବାରିପଦା (ଓଡ଼ିଶା ଭାସ୍କର): କିଙ୍ଗ ଫିସର ବିୟରକୁ କୁର୍ କୁରେ ଚାଖଣା। ଓଃ ପାଗକୁ ଏ ନିସା ବାବାଙ୍କୁ ଯୋଉ ମଜା ଦେଉଛି ନ କହିଲେ ସରେ। ସରକାରୀ ଅଫିସ ଭିତରେ ଏବ୍ୟବସ୍ଥା କରିଛନ୍ତି ବନାଞ୍ଚଳ ଅଧିକାରୀ। ତାହାବି ଚଖାନା ସାଙ୍ଗକୁ ଧିରେ ଧିରେ ଟେକୁଛନ୍ତି ବିୟର। ଆନନ୍ଦ ଗୋଟିଏ ଅଲଗା ପ୍ରକାର। ସେପଟେ ଜଙ୍ଗଲରୁ ହାତୀ ଆସି ଗାଁରେ ପସୁଛନ୍ତି। ଲୋକଙ୍କ ଜୀବନ ଚାଲିଯାଉଛି। ବାବୁ ଏଠି ବିୟର ମାରି ସ୍ୱର୍ଗ ସୁଖ ନେବାରେ ମାତିଛନ୍ତି। ଅଫିସ ଭିରରେ ଏମିତି ମଦ ସେବନ ବାବୁଙ୍କ କାର୍ଯ୍ୟଶୈଳୀକୁ ଦେଖାଉଛି। କେତେ କର୍ତବ୍ୟରତା ଏ ବାବୁ ଜଣଙ୍କ। ହାତୀ ଅଜଣାତେ କି ଜଣାତେ ଲୋକଙ୍କ ଫସଲ ନଷ୍ଟ କରଛି। ଲୋକଙ୍କ ଜୀବନ ନେଉଛି ଜାଣିନୁ କିନ୍ତୁ ଏହି ବନ ଅଞ୍ଚଳ ଅଧିକାରିଙ୍କ ମଦ ପିଇବା ଦେଖିକି ଲାଗୁଛି। ଯେ ଏବାବୁଙ୍କ ଏଭଳି କର୍ତବ୍ୟ ଯୋଗୁ ସହଜରେ ସେପଟେ ଘଟୁଛି ଏଭଳି ଘଟଣା।

ହଁ ଆଜ୍ଞା, ଅଫିସ୍ ଚେମ୍ବର ପାଲଟିଲା ମଦ ବାର। ବନାଞ୍ଚଳ ଅଧିକାରୀଙ୍କ ଅଜବ ନିଶା। ଚାକିରିକୁ ଅସମ୍ମାନ ଅଫିସ୍ କୁ ଅସମ୍ମାନ। ନିଜ ଅଫିସ୍ ଚେମ୍ବର୍ ରେ ପିଇଲେ ମଦ। ଘଟଣା କିଛି ଦିନ ପୂର୍ବର କିନ୍ତୁ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଚ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ ପୃଷ୍ଟି ଏଭଳୀ କାର୍ଯ୍ୟ କାର୍ଯ୍ୟ କରି ଛନ୍ତି।

 

Get real time updates directly on you device, subscribe now.