fbpx

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିବା ମାମୁ ପୁଅକୁ ପଡ଼ିଲା ମହଙ୍ଗା, ବାନ୍ଧିଲା ପୋଲିସ

ଧର୍ମଶାଳା,(ଭାସ୍କର ନ୍ୟୁଜ୍‌) : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ  ଗିରଫ କରିଛି । ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି କାଣ୍ଡ ଭିଆଇ ଥିବା ଜଣାପଡିଛି। ଯୁବତୀଙ୍କୁ ଭିଡିଓ ଭାଇରାଲ ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନଯାୟୀ ବାରବାଟୀ ଗ୍ରାମର ଜଣେ ଯୁବତୀଙ୍କୁ ଭାବାନୀପାଟଣା ଜୁନାଗଡ ଅଂଚଳରେ ରହୁଥିବା ତାଙ୍କ ମାମୁ ପୁଅ ଏକତରଫା ଭଲ ପାଇବା ସହ ତାଙ୍କର ଅଶ୍ଳିଳ ଭିଡିଓ ଉଠାଇ ନେଇଥିଲେ । ସମ୍ପର୍କ ନରଖିଲେ ଭିଡିଓ ଭାଇରାଲ କରି ଦେବେ ବୋଲି ଯୁବକ ଜଣକ ଯୁବତୀଙ୍କୁ ବାଧ୍ୟ କରିଥିଲେ । ହେଲେ ଯୁବତୀ ଜଣକ ରାଜି ନହେବାରୁ ଯୁବକ ଜଣକ ଯୁବତୀଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲୋ ଯୁବତୀ ପରିବାର ଲୋକ ଜାଣିବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ପୋଲିସ ଉକ୍ତ ଯୁବକକୁ ଗରିଫ କରି ପଚରା ଉଚରା କରୁଥିବା ଜଣାପଡ଼ିଛି।

Get real time updates directly on you device, subscribe now.