fbpx

ନେସ୍କୋ SDOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର(ଓଡ଼ିଶା ଭାସ୍କର):ନେସ୍କୋ SDOଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦୁଝର ନେସ୍କୋର SDO ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ରେଡ୍ ହୋଇଛି । କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟ ସମେତ ମହେଶ୍ୱରଙ୍କ ୪ଟି ସ୍ଥାନରେ ରେଡ୍ ହୋଇଛି । ମହେଶ୍ୱରଙ୍କ ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜ ଓ ଭାଇଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହା ସହିତ ରିମୁଳିରେ ଥିବା ମହେଶ୍ୱରଙ୍କ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ନେସ୍କୋ ମିଟର ରିଡିଂ ବିଭାଗର SDO ଅଛନ୍ତି ମହେଶ୍ଵର ସେଠୀ । ବାଲେଶ୍ୱର ASPଙ୍କ ନେତୃତ୍ୱରେ ୨ DSP ଓ ୫ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.