fbpx

ଓଏସଏସସିଙ୍କ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଓଏସଏସସିଙ୍କ ପିଏ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ନୀଳାଦ୍ରୀ ବିହାର ସ୍ଥିତ ବିରଞ୍ଚିଙ୍କ ଘରେ ଭିଜିଲାନ୍ସର ଯାଞ୍ଚ ଚାଲିଥିବା ଜଣାପଡିଛି ।

ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କର ୨ଟି ୨ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ମିଳିଛି । ଏହା ବ୍ୟତିତ ବିରଞ୍ଚିଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.