fbpx

ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସାକାଣ୍ଡ: ୪ ଜଣଙ୍କ ମୃତ୍ୟୁ, ବିଜେପି ପାର୍ଟି ଅଫିସ ଭଙ୍ଗାରୁଜା

କୋଲକାତା, ୩ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ବାଜିମାତ୍ କରିଛି । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏପରିକି ନନ୍ଦିଗ୍ରାମରେ ଥିବା ବିଜେପି ପାର୍ଟି ଅଫିସରେ ମଧ୍ୟ ଭଙ୍ଗାରୁଜା କରାଯାଇଛି ।

ତେବେ ଟିଏମସିର କାର୍ଯ୍ୟକର୍ତ୍ତାମାନେ ଏହି କାଣ୍ଡ ଭିଆଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେପି କାର୍ଯ୍ୟାଳୟ ସହିତ ନିକଟସ୍ଥ ଦୋକାନମାନଙ୍କରେ ମଧ୍ୟ ଭଙ୍ଗାରୁଜା କରାଯାଇଛି । ଦକ୍ଷିଣ ୨୩ ପ୍ରଗଣା, ନଦିଆ ଅଞ୍ଚଳର ବିଜେପି କର୍ମୀ, ବର୍ଦ୍ଧମାନ ଅଞ୍ଚଳର ଟିଏମସି କର୍ମୀ ଓ ଉତ୍ତର ୨୪ ପ୍ରଗଣାରେ ଆଇଏସଏଫ କର୍ମୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ଦୁର୍ଗାପୁରରେ ଥିବା ବିଜେପି କାର୍ଯ୍ୟାଳୟକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା । ଆରାମବାଗରେ ମଧ୍ୟ ଟିଏମସି କର୍ମୀମାନେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଘର, ଦୋକାନ ଉପରେ ହମଲା କରିଥିଲେ ।

Get real time updates directly on you device, subscribe now.