fbpx

ଗୋଷ୍ଠୀ ସଂଘର୍ଷରେ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର ତିନି ଆହତ

ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ଖମ୍ଭାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାବନପୁର ଗ୍ରାମରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗାଁରେ ଗୋଷ୍ଠୀ ସଂଘର୍ଷରେ ମରଣାନ୍ତକ ଆକ୍ରମଣ  ହୋଇଥିବା ଜଣାପଡିଛି।

ସୁଚନା ଅନୁସାରେ ଉକ୍ତ ଗ୍ରାମର ଲୋକମାନେ ସମସ୍ତେ ଆଜି ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସ୍ଥାନୀୟ ପଞ୍ଚାୟତ ଅଫିସ୍ କୁ ଯାଇଥିଲେ। ଗାଁ କୁ ଫେରୁଥିବା ସମୟରେ ରାସ୍ତାରେ ପଥର କୁଆଁରୀ ପାଖରେ ଏହି ଆକ୍ରମଣ ହୋଇଥିବା ବେଳେ ଏହି ଆକ୍ରମଣରେ ପାଲିନା ନୁକାୟା (୨୯) ଗୁରୁତର ହୋଇ ଥିବା ବେଳେ କୋରିକାନି ଭିମା ରାଓ ,ଶିବା ଓ କୋଟେଶୁ ଆହତ ହୋଇଥିବା ସୁଚନା ଦେଇଥିଲେ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ।

Get real time updates directly on you device, subscribe now.