fbpx

ଜଳୁଛି ପାକିସ୍ତାନ: ଇମରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ହିଂସା

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ପଦରୁ ହଟିବା ପରେ ଲଗାତାର ସଭା, ସମିତି ଓ ରାଲିକୁ ସମ୍ବୋଧିତ କରୁଛନ୍ତି । ଏହାରି ମଧ୍ୟରେ ଇମରାନ ଖାନ୍ ଇସଲାମବାଦ ପହଞ୍ଚିଥିଲେ । ତୁରନ୍ତ ନିର୍ବାଚନ ଦାବିରେ ଇସଲାମାବାଦରେ ଇମରାନ ଖାନ୍ ରାଲି କରିଥିଲେ । କିନ୍ତୁ ଇମରାନଙ୍କ ଆଜାଦୀ ମାର୍ଚ୍ଚ ହିଂସକ ହୋଇଛି ।

ଇମ୍ରାନଙ୍କ ଦଳ ପିଟିଆଇର ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି । ତୁରନ୍ତ ନିର୍ବାଚନ କରାଇବା ଦାବିରେ ଇମ୍ରାନଙ୍କ ରାଲି ବେଳେ ହିଂସା ହୋଇଥିଲା । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇସଲାମାବାଦ ମେଟ୍ରୋ ଷ୍ଟେସନରେ ଇମରାନଙ୍କ ସମର୍ଥକମାନେ ନିଆଁ ଲଗାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହା ସହ ସେଠାରେ ସେନା ମୁତୟନ କରିଛନ୍ତି ସରକାର ।

Get real time updates directly on you device, subscribe now.