fbpx

ବୟସରେ ୩୭ ବର୍ଷର ଫରକ; ପ୍ରେମ ବିବାହ ପରେ ଏବେ ସନ୍ତାନ…

କୁହାଯାଏ ପ୍ରେମ ମାନେନି ପ୍ରତିବନ୍ଧକ । ପ୍ରେମ ଦେଖେନାହିଁ ଜାତି, ବୟସ, ଧର୍ମ । ପ୍ରେମ କେତେବେଳେ କାହାକୁବି କାହପାଇଁ ହୋଇଯାଏ । ଏହିଭଳି ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି ରୋମ୍ ଜର୍ଜିଆ ସହରର ଦମ୍ପତି କୁରାନା ଏବଂ ଚେରଲୀଙ୍କ କ୍ଷେତ୍ରରେ ।

ଆପଣ ଭାବୁଥବେ ଏମାନଙ୍କ ପ୍ରେମରେ ଏମିିତି କ’ଣ ସ୍ୱତନ୍ତ୍ର ଅଛି । ତେବେ ଏହି ଦମ୍ପତିଙ୍କ ମଧ୍ୟରେ ରହିଛି ଅତୁଟ ପ୍ରେମ । ସେଥିପାଇଁ ତ’ ସେମାନେ ଦେଖିନାହାଁନ୍ତି ସେମାନଙ୍କ ବୟସ । କାରଣ କୁରାନଙ୍କ ବୟସ ୨୪ ବର୍ଷ ହୋଇଥିବାବେଳେ ଚେରଲୀଙ୍କ ବୟସ ୬୧ । ଖାଲି ସେତିକି ନୁହେଁ ଏବେ ଏମାନେ ନିଜର ସନ୍ତାନ ପାଇଁ ମଧ୍ୟ ଯୋଜନା କରିଛନ୍ତି ।

ସେପଟେ ସେମାନଙ୍କର ସମ୍ପର୍କକୁ ନେଇ ଅନେକ ଟ୍ରୋଲ କରୁଥିବାବେଳେ ଅନେକ ଏପରି ପ୍ରେମର ପ୍ରଂଶସା କରିଛନ୍ତି । ଦମ୍ପତି ଜଣକ କୌଣସି କଥାକୁ ଖାତିର ନକରି ସନ୍ତାନ ପାଇଁ ଉତ୍ସାହିତ ଅଛନ୍ତି ଏବଂ ସରୋଗେସୀ ମାଧ୍ୟମରେ ନିଜର ପ୍ରଥମ ସନ୍ତାନ ପାଇଁ ଯୋଜନା କରିଛନ୍ତି ।

ଏନେଇ କୁରାନ କହିଛନ୍ତି ସେମାନେ ୨୦୨୧ ସେପ୍ଟେମ୍ବରରେ ବିବାହ କରିଥିଲେ । ଚେରଲୀଙ୍କ ବୟସ ୬୧ ହୋଇଥିବାବେଳେ ତାଙ୍କର ୧୭ ନାତି ନାତୁଣୀ ମଧ୍ୟ ଅଛନ୍ତି କିନ୍ତୁ ସୋମନେ ନିଜର ସନ୍ତାନ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ସେ କହିଛନ୍ତି ଚେରଲୀଙ୍କ ବୟସ ଯୋଗୁଁ ଆମେ ସରୋଗେସୀ ମାଧ୍ୟମରେ ସନ୍ତାନ ପାଇଁ ଯୋଜନା କରିଛୁ ଏବଂ ଉଭୟ ଏହାକୁ ନେଇ ଖୁସି ଅଛନ୍ତିି ।

Get real time updates directly on you device, subscribe now.