fbpx

ଡିପ୍ରେସନରେ ଆସି ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍ ଟକ୍ ଷ୍ଟାର

ମୁମ୍ବାଇ,୬ ।୭: ଡିପ୍ରେସନର ବଢୁଥିବା ମାମଲା ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ଡିପ୍ରେସନ କାରଣରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୮ ବର୍ଷର ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଏହି ଯୁବତୀ ଟିକ ଟକ୍ ଷ୍ଟାର ଥିବା ବେଳେ ଭିଡିଓ ପ୍ଲାଟଫର୍ମରେ ତାଙ୍କୁ ଅନେକ ଫଲୋ କରୁଥିଲେ । ଯଦିଓ ପୋଲିସ ଆତ୍ମହତ୍ୟାର କୌଣସି ନୋଟ୍ ପାଇନାହିଁ, ତଥାପି କୁହାଯାଉଛି ଯେ ଯୁବତୀ ଜଣକ ଟିକ୍ ଟକ୍ ବ୍ୟାନ ହେବା ପରଠାରୁ ଟେନସନରେ ଥିଲେ ।

ଖବର ମୁତାବକ, ଯୁବତୀଙ୍କ ମୃତଦେହକୁ ପ୍ରଥମେ ତାଙ୍କ ସମ୍ପର୍କୀୟ ଭାଇ ଦେଖିଥିଲେ ଓ ପରେ ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ । ଅନ୍ୟପଟେ ପରିବାର ଲୋକେ ପୋଲିସକୁ କହିଛନ୍ତି ଯେ, ଝିଅ ଗତ ୨-୩ ମାସ ଧରି ଡିପ୍ରେସନରେ ପୀଡିତ ଥିଲା ଓ ସେଥିପାଇଁ ବୋଧେ ସେ ଆତ୍ମହତ୍ୟା କରିଥିବ ।’ ତେବେ ଗତ କିଛି ଦିନପୂର୍ବରୁ ସିୟା କକ୍କଡ ନାମକ ଜଣେ ଟିକ୍ ଟକ୍ ଷ୍ଟାର ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.